ଚଣ୍ଡିଗଡ, ୧୧। ୮: ପଞ୍ଜାବ-ହରିୟାଣା ହାଇକୋର୍ଟ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ ଲଗାଇଛନ୍ତି। ଶନିବାର ଅର୍ଥାତ୍ ଅଗଷ୍ଟ ୧୨ରେ ନିର୍ବାଚନ ହେବାକୁ ଥିବା ବେଳେ ଆଗାମୀ ଆଦେଶ ପର୍ଯ୍ୟନ୍ତ ନିର୍ବାଚନ ଉପରେ ରୋକ ଲଗାଯାଇଛି। ସଂଘର ୧୫ ପଦ ଲାଗି ୩୦ ପ୍ରାର୍ଥୀ ଆବେଦନ କରିଥିଲେ।
କହିରଖୁଛୁ, ଅଧ୍ଯକ୍ଷ ପଦରେ ସଞ୍ଜୟ ସିଂହଙ୍କ ଆବେଦନକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିଲା। ତାଙ୍କ ନାମାଙ୍କନ ବିରୋଧରେ ବଜରଙ୍ଗ ପୁନିଆଙ୍କ ସମେତ ଆନ୍ଦୋଳନ କରିଥିବା କୁସ୍ତି ଯୋଦ୍ଧାମାନେ ସ୍ବର ଉଠାଇଥିଲେ।