ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ: ଗୋଟିଏ ଦିନ ପୂର୍ବରୁ ରାହୁଲଙ୍କ ସହ କରିଥିଲେ ରାଲି

ଚଣ୍ଡିଗଡ଼,୬ ।୧୦: ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଏହାକୁ ନେଇ ସାରା ପଞ୍ଜାବ ସମେତ କଂଗ୍ରେସ ଦଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କାରଣ ବଲବୀର ସିଂ ସୋମବାର ରାହୁଲ ଗାନ୍ଧୀଙ୍କ ଦା୍ୱରା ଆୟୋଜିତ ଟ୍ରାକ୍ଟର ରାଲିରେ ଯୋଗ ଦେଇଥିଲେ । ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ସହ ରାଲିରେ ଥିବା ସମସ୍ତ କଂଗ୍ରେସ ନେତାଙ୍କ ସହ ମିଶିଛନ୍ତି । ଏବେ କୁହାଯାଉଛି କି ସେ ରାହୁଲ ଗାନ୍ଧୀଙ୍କ ସହ ମିଶିଥିବାରୁ ଏହାର ଅଧିକ ପ୍ରଭାବ ରାହୁଲଙ୍କ ଉପରେ ପଡିପାରେ । ତେବେ ରାଲି ସମୟରେ ସେ ରାହୁଲଙ୍କ କାନରେ କିଛି କହୁଥିବା ଏବେ ଆଲୋଚନା ହେଉଛି । ଅବଶ୍ୟ ଉଭୟ ସେହି ସମୟରେ ମାସ୍କ ପିନ୍ଧିଥିଲେ । ଏହି ରାଲିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ଉପସ୍ଥିତ ଥିଲେ । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଲବୀରଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ଜଣାପଡିବା ପରେ ଏବେ ଗୋଟିଏ କଥାକୁ ନେଇ ଆଲୋଚନା ହେଉଛି । ରାଲି ସମୟରେ ରାହୁଲ କହିଥିଲେ କରୋନାକୁ ତ ଆମେ ହାରାଇ ପାରିବା ହେଲେ ଏବେ ମୋଦି ରୂପି କରୋନଠାରୁ ଦୂରେଇବାକୁ ସମୟ ଆସିଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃଷି ନୀତିକୁ ବିରୋଧ କରି ରାହୁଲ ଏହା କହିଥିଲେ ।

Share