୧୦୦ ଟଙ୍କାରୁ ମିଳିଲା ୧ କୋଟି

ପଞ୍ଜାବର ଅମ୍ରିତସରର ଜଣେ ମହିଳା ୧୦୦ ଟଙ୍କା ଦେଇ କିଣିଥିଲେ ଏକ ଲଟେରି। ଆଉ ପ୍ରଥମ ପୁରସ୍କାର ବାବଦକୁ ଜିତିଛନ୍ତି ୧ କୋଟି ଟଙ୍କା। ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଥିବା ବିବୃତି ଅନୁଯାୟୀ, ଲଟେରିର ପ୍ରଥମ ପୁରସ୍କାର ବିଜେତା ରେଣୁ ଚୌହ୍ବାନ ଗୁରୁବାର ରାଜ୍ୟର ଲଟେରି ବିଭାଗରେ ଟିକେଟ୍‌ ଓ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ପୁରସ୍କାର ରାଶି ଦାବି କରିଛନ୍ତି।

ମୋ ସ୍ବାମୀ ଅମ୍ରିତସରରେ ପୋଷାକ ଦୋକାନ ଚଲାନ୍ତି। ଏହି ପୁରସ୍କାର ରାଶି ଦ୍ୱାରା ଆମ ଜୀବନ ବହୁ ମାତ୍ରାରେ ସହଜ ହୋଇପାରିବ ବୋଲି ସେ କହିଛନ୍ତି। ମାସିକ ଲଟେରିର ଫଳାଫଳ ଚଳିତ ମାସ ୧୧ ତାରିଖରେ ଘୋଷଣା କରାଯାଇଥିଲା। ଟିକେଟ୍‌ ଡି-୧୨୨୨୮ କିଣିଥିବା ରେଣୁ ସମସ୍ତ କାଗଜପତ୍ର ଦାଖଲ କରିସାରିଛନ୍ତି। ତାଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ପଠାଇ ଦିଆଯିବ ବୋଲି ରାଜ୍ୟର ଲଟେରି ବିଭାଗ ପକ୍ଷରୁ କୁହାଯାଇଛି।

Share