Categories: ଖେଳ

ଟସ୍‌ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍‌ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାଓ୍ବନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପ୍ରଥମେ ବ୍ୟାଟିଂ କରିବ।

କାନ୍ଧରେ ଆଘାତ ଯୋଗୁ ଶିଖର ଗତ କିଛି ମ୍ୟାଚରୁ ବାଦ୍‌ ପଡ଼ିଥିଲେ। ହେଲେ ଆଜିର ମ୍ୟାଚରେ ଶିଖର ଦଳକୁ ଫେରି ନେତୃତ୍ୱ ନେଇଛନ୍ତି। ଏହି ମ୍ୟାଚ ପଞ୍ଜାବ ଘରୋଇ ପଡ଼ିଆରେ ଖେଳୁଥିବାରୁ ମ୍ୟାଚ ଜିତିବାରୁ ଭରପୁର ଉଦ୍ୟମ କରିବ। ଏପରି କି ଲକ୍ଷ୍ନୌ ମଧ୍ୟ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଆଗକୁ ଜିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷେ ପଞ୍ଜାବ ଦୁଇଟି ପରିବର୍ତ୍ତନ କରିଥିବା ବେଳେ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱାଧୀନ ଦଳ କୌଣସି ପରିବର୍ତ୍ତନ କରିନାହିଁ।

ଲକ୍ଷ୍ନୌ: କେ.ଏଲ୍‌ ରାହୁଲ (ଅଧନାୟକ), କାଇଲ ମାୟର୍ସ, ଦୀପକ ହୁଡା, ମାର୍କସ ଷ୍ଟୋଇନିସ୍‌, କ୍ରୁନାଲ ପାଣ୍ଡ୍ୟା, ନିକୋଲାସ ପୁରାନ (ଉଇକେଟ କିପର), ଆୟୁଷ ବାଡୋନି, ନବୀନ-ଉଲ୍‌-ହକ, ରବି ବିଷ୍ଣୁ, ଆଭେଶ ଖାନ୍‌, ୟଶ ଠାକୁର

ପଞ୍ଜାବ: ଅଥର୍ବା ଟାଇଡେ, ଶିଖର ଧାୱନ (ଅଧିନାୟକ), ସିକନ୍ଦର ରାଜା, ଲିଆମ ଲିଭିଙ୍ଗଷ୍ଟୋନ, ସାମ୍‌ କୁରାନ, ଜିତେଶ ଶର୍ମା (ଉଇକେଟ କିପର), ଶାହାରୁଖ ଖାନ୍‌, କାଗିସୋ ରାବାଡା, ରାହୁଲ ଚହର, ଗୁରୁନୁର ବ୍ର, ଅର୍ଶଦୀପ ସିଂ

Share