Categories: ଖେଳ

୧୧ ବର୍ଷ ପରେ ପିବିକେଏସ୍‌କୁ ଫେରିଲେ ହରପ୍ରୀତ ସିଂ ଭାଟିଆ

ନୂଆଦିଲ୍ଲୀ,୧୬।୪: ଆଇପିଏଲର ୧୬ ତମ ସିଜିନର ୨୧ ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଛି। ଏହି ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ହରାଇ ୨ ଉଇକେଟରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ତେବେ ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୩୧ ବର୍ଷୀୟ ଖେଳାଳି ହରପ୍ରୀତ ସିଂ ଭାଟିଆଙ୍କୁ ଖେଳିବାକୁ ସୁଯୋଗ ଦେଇଥିଲା। ହରପ୍ରୀତ ଏହା ପୂର୍ବରୁ ୨୦୧୨ ସିଜିନରେ ତାଙ୍କର ଶେଷ ଆଇପିଏଲ ମ୍ୟାଚ ଖେଳିଥିଲେ।

୨୧ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ୨୦ ଓଭର ହରାଇ ୮ ଉଇକେଟରେ ୧୫୯ ରନ୍‌ କରିଥିବା ବେଳେ ପଞ୍ଜାବ କିଙ୍ଗ୍ସ ୧୯.୩ ଓଭର ହରାଇ ୮ ଉଇକେଟରେ ୧୬୧ ରନ୍‌ କରିଥିଲା।

Share