Categories: ଖେଳ

ଧାୱନଙ୍କ ପାଇଁ ଚିନ୍ତାରେ ପଞ୍ଜାବ କିଙ୍ଗ୍ସ, ଆହତ ପାଇଁ ପୂର୍ବ ମ୍ୟାଚରୁ ପଡିଥିଲେ ବାଦ୍‌

ମୋହଲି,୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୨୭ତମ ମ୍ୟାଚ ଗୁରୁବାର ଅପରାହ୍ନ ସାଢ଼େ ୩ଟାରେ ରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ଖେଳାଯିବ। ପଞ୍ଜାବ କିଙ୍ଗ୍ସ ଗତ ମ୍ୟାଚ୍‌ରେ ୨ ଉଇକେଟ୍‌ରେ ଜିତିଥିଲା। ହେଲେ ଆହତ ଯୋଗୁ ଦଳର ଅଧିନାୟକ ଶିଖର ଧାୱନ ଖେଳିପାରିନଥିଲେ। ତେବେ ସାମ କୁରାନ ତାଙ୍କ ସ୍ଥାନରେ ପଞ୍ଜାବର ଅଧିନାୟକ ହୋଇଥିଲେ। ଅନ୍ୟପକ୍ଷରେ ଶେଷ ମ୍ୟାଚରେ ବାଙ୍ଗାଲୋର ଚେନ୍ନାଇଠାରୁ ୮ ରନ୍‌ରେ ପରାସ୍ତ ହୋଇଥିଲା। କିନ୍ତୁ ଏହି ମ୍ୟାଚରେ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଦଳର ନିୟମିତ ଅଧିନାୟକ ଧାୱନଙ୍କ ସ୍ବାସ୍ଥ୍ୟକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଅପ୍‌ଡେଟ ଆସିନାହିଁ। କିନ୍ତୁ ମ୍ୟାଚ ପୂର୍ବରୁ ଦଳ ଏକ ଅପଡେଟ ଦେବ ବୋଲି ଏକ ସମ୍ଭାବନା ରହିଛି।

 

Share