ବିଜୟ ପରେ ଚଣ୍ଡିଗଡ଼ରେ ବସିବ ଏଏପିର ବୈଠକ

ଚଣ୍ଡିଗଡ଼,୧୧।୩: ପଞ୍ଜାବରେ ବହୁମତରେ ବିଜୟୀ ହାସଲ କରିବା ପରେ ଶୁକ୍ରବାର ନବ ନିର୍ବାଚିତ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ସରକାର ଗଠନ ପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇପାରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଏଏପି ପଞ୍ଜାବ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିଛି। ବିଧାନସଭା ଆସନ ଫଳାଫଳରେ ଏଏପି ସମସ୍ତ ୧୧୭ଟି ସିଟ୍‌ରୁ ୯୨ଟି ସିଟ୍‌ ହାତେଇଛି। ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ କୌଣସି ରାଜ୍ୟରେ ଏଏପି ସରକାର ଗଠନ ହେବାକୁ ଯାଉଛି। ଧୁରୀରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଭଗଓ୍ବନ୍ତ ମାନ ବିପୁଳ ପରିମାଣରେ ଭୋଟ ଜିତିଛନ୍ତି। ଭଗଓ୍ବନ୍ତ ୮୨,୫୯୨ ଭୋଟ ଏବଂ କଂଗ୍ରେସର ଡାଲଭର୍‌ ସିଂ ଗୋଲଡି ୨୪,୩୮୬ ଭୋଟ ପାଇଥିବା ଜଣାପଡ଼ିଛି।

 

Share