Categories: ଜାତୀୟ

ହୃଦୟ ଜିତିଲେ କୁନି ପ୍ରଚାରକ

ଚଣ୍ଡିଗଡ,୧୦।୨: ପଞ୍ଜାବର ମ୍ୟୁନିସିପାଲିଟି ନିର୍ବାଚନରେ ଆମ ଆଦମୀ ପାର୍ଟିର ଜଣେ କୁନି ପ୍ରଚାରକ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଘର ଘର ବୁଲି ପ୍ରଚାର କରୁଥିବା ଏଏପି ପ୍ରାର୍ଥୀଙ୍କ ପୁଅ କହିଛନ୍ତି- ମୋ ବାପାଙ୍କୁ ଭୋଟ ଦିଅନ୍ତୁ।
ଜଣେ ଶିଶୁ କିଭିଳି ଭୋଟରଙ୍କ କବାଟ ବାଡେଇ ତାଙ୍କ ପିତାଙ୍କ ପାଇଁ ଭୋଟ ମାଗିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଶେୟାର କରି ଜଣେ ଟୁଇଟର ବ୍ୟବହାରକାରୀ କ୍ୟାପସନରେ ଲେଖିଛନ୍ତି, ‘କ୍ୟୁଟେଷ୍ଟ ଅଭିଯାନ ଭିଡିଓ। ଏମସି ନିର୍ବାଚନ ପାଇଁ ପଞ୍ଜାବରେ ଡୋର ଟୁ ଡୋର ଅଭିଯାନ ସମୟରେ ଏକ ଛୋଟ ପିଲା ତାଙ୍କ ପିତାଙ୍କ ପାଇଁ ଭୋଟ ମାଗୁଛନ୍ତି। ଟୁଇଟରରେ ଶେୟାର ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଏହାକୁ ୧୦,୭୦୦ ରୁ ଅଧିକ ଥର ଦେଖାଯାଇଛି। ଏଏପିର ଏହି ଭିଡିଓ ପଞ୍ଜାବ ନିର୍ବାଚନର ତଦାରଖ ଦାୟିତ୍ୱରେ ଥିବା ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ରାଘବ ଚଢାଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ କହିଛନ୍ତି ଯେ ଫେବୃଆରୀ ୧୪ରେ ପଞ୍ଜାବରେ ହେବାକୁ ଥିବା ନିର୍ବାଚନ ପାଇଁ ମୋଟ ୯,୨୨୨ ଜଣ ପ୍ରାର୍ଥୀ ଲଢୁଛନ୍ତି। ସେ କହିଛନ୍ତି ଯେ, ୧୫,୩୦୫ ପ୍ରାର୍ଥୀ ଆଠଟି ମ୍ୟୁନିସିପାଲଟି କର୍ପୋରେସନ ଏବଂ ୧୦୯ ନଗର ପରିଷଦ ଏବଂ ନଗର ପଞ୍ଚାୟତିରାଜ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Share