ଦୁବାଇ,୧।୧୦ : ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ ଲିଗ୍ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଆଗରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଓପନର ଭେଙ୍କଟେଶ ଆୟାରଙ୍କ ୬୭ (୯ ଚୌକା ଓ ୧ ଛକା) ରନ୍ର ଅର୍ଦ୍ଧଶତକୀୟ ପାଳି ବଳରେ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପାଇଁ ରାହୁଲ ତ୍ରିପାଠି ୩୪ (୩ ଚୌକା ଓ ୧ ଛକା) ଓ ନୀତିଶ ରାଣା ୩୧ (୨ ଲେଖାଏ ଚୌକା ଓ ଛକା) ରନ୍ କରିଥିଲେ। ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ ୨ଟି ଉଇକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ହାତେଇଥିଲେ ୩ ଉଇକେଟ।