Categories: ଜାତୀୟ

ସବୁଠାରୁ ଅଧିକ ଶିକ୍ଷିତ ମୁଖ୍ୟମନ୍ତ୍ରୀ ଚନ୍ନୀ: ଖେଳି ପାରନ୍ତି ଲମ୍ବା ଇନିଂସ୍‌

ଚଣ୍ଡିଗଡ଼,୨୫ ।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ସବୁଠାରୁ ଅଧିକ ଶିକ୍ଷିତ ମୁଖ୍ୟମନ୍ତ୍ରୀ । ସେ ରାଜନୀତି ବିଜ୍ଞାନରେ ଏମ୍‌ଏ କରିଥିବା ବେଳେ ତାଙ୍କ ପାଖରେ ରହିଛି ଏମ୍‌ବିଏ ଡିଗ୍ରୀ । ସେ ଲ’ ଗ୍ରାଜୁଏଟ୍ ଆଉ ଏବେ ପିଏଚ୍‌ଡି କରୁଛନ୍ତି । ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ କେବଳ ଯେ ପଞ୍ଜାବର ଅଧିକ ଶିକ୍ଷିତ ମନ୍ତ୍ରୀ ତା’ ନୁହେଁ ବରଂ ୨୦୨୨ରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ ପାଇଁ ଚନ୍ନୀ ଏକ୍ସ ଫ୍ୟାକ୍ଟର ବୋଲି କୁହାଯାଉଛି । ଏବେ ପଞ୍ଜାବର ପ୍ରତି କୋଣେ କୋଣେ ଚନ୍ନୀଙ୍କ ପୋଷ୍ଟର ଦେଖିବାକୁ ମିଳୁଛି । ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ ୫ ମାସ ବାକିଥିବା ବେଳେ କଂଗ୍ରେସ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇ ଚନ୍ନୀଙ୍କ ମୁଖ୍ୟମନ୍ତ୍ରୀ କରିବା ଏକ ଗୁରୁତ୍ୱପୂର୍ଣ୍ଣ କଥା । ଯାହା ଭାରତୀୟ ଜନତା ପାର୍ଟି ପୂର୍ବରୁ ଭିନ୍ନ ଭିନ୍ନ ରାଜ୍ୟରେ କରି ଆସୁଛି । ଏବେ ଚନ୍ନୀଙ୍କୁ ‘ଆକ୍ସିଡେଣ୍ଟାଲ ସିଏମ୍‌’ କୁହାଗଲାଣି । ଆଗକୁ କଂଗ୍ରେକୁ ପୁଣି ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଚନ୍ନୀ ଭଲ ମାଧ୍ୟମ ବୋଲି କୁହାଯାଉଛି । ଯଦି ଏପରି ହେଲା ତେବେ ଚନ୍ନୀ କଂଗ୍ରେସରେ ଲମ୍ବା ଇନିଂସ୍ ଖେଳିବେ ବୋଲି କୁହାଯାଉଛି ।

Share