ନୂଆଦିଲ୍ଲୀ, ୨୬।୧୦: ପଞ୍ଜାବରେ ଦଶହରା ଅବସରରେ କୃଷି ଆଇନକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହାକୁ ନେଇ ପଞ୍ଜାବ ସମେତ ଦେଶର ରାଜନୈତିକସ୍ତରରେ ଉଷ୍ଣତା ବଢ଼ିବାରେ ଲାଗିଛି। ଏଭଳି ଘଟଣା ନେଇ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ରାହୁଲ ଗାନ୍ଧୀଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏହି ଡ୍ରାମା ସମ୍ପୂର୍ଣ୍ଣ ଭାବେ ରାହୁଲଙ୍କ ନିର୍ଦ୍ଦେଶରେ ହୋଇଥିବା ସେ ଅଭିଯୋଗ କରିଛନ୍ତି। ନଡ୍ଡା ନିଜ ଟୁଇଟର ହ୍ୟାଣ୍ଡେଲରେ କହିଛନ୍ତି ଯେ, ଏହି ଘଟଣା ଲଜ୍ୱାଜନକ। ଅପରପକ୍ଷରେ ରାହୁଲ ପଞ୍ଜାବରେ ଏଭଳି ଘଟଣା ଘଟିଥିବା କହିଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବରେ କେତେକ ଲୋକ ରାବଣ କୁଶ ପୁତ୍ତଳିକାରେ ମୋଦିଙ୍କ ମୁଖା ପିନ୍ଧାଇ ଏହାକୁ ଦାହ କରିଥିଲେ। ଏବେ ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।