ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଗିରଫ ହେଲେ ଲଶ୍କରର ୨ ଆତଙ୍କବାଦୀ

ଅମୃତସର,୧୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ପଞ୍ଜାବ ପୋଲିସ ଲଶ୍କର-ଏ-ତାଇବାର ୨ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ଦେଶରେ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିବା ବେଳେ ଅମୃତସରରୁ ସେମାନଙ୍କୁ ଗିରଫ କରାଯାଇଛି। ପୋଲିସ କେନ୍ଦ୍ରୀୟ ଏଜେନ୍ସି ସହଯୋଗରେ ଏକ ଅପରେଶନ କରି ସଫଳତା ହାସଲ କରିଛି। ସେମାନଙ୍କ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଏନେଇ ପଞ୍ଜାବର ଡିଜିପି ଗୌରବ ଯାଦବ ଟୁଇଟ କରି ସୂଚନା ଦେଇଛନ୍ତି।

Share