Categories: ଜାତୀୟ

ପଞ୍ଜାବ ପୋଲିସକୁ ବଡ ସଫଳତା: ତରନତାରନରୁ ଗିରଫ ହେଲେ ୩ ଆତଙ୍କବାଦୀ

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ ପୋଲିସ ତରନତାରନ ଜିଲାରେ ୩ ଜଣ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହ ଗିରଫ କରିଥିବା ସୂଚନା ମିଳିଛି । ପଞ୍ଜାବକୁ ଦୋହଲାଇବା ଭଳି ଯୋଜନା କରୁଥିଲେ ଏହି ଆତଙ୍କବାଦୀ । ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ୩ ଜଣ ଯାକ ଆତଙ୍କବାଦୀ ପଞ୍ଜାର ମୋଗା ଅଞ୍ଚଳର ବୋଲି ଜଣାପଡିଛି । ତରନତାରନର ଏସ୍‌ଏସ୍‌ପି ଉପିନ୍ଦରଜିତ ସିଂହ ଘୁମ୍ମଣ କହିଛନ୍ତି ଭିଖିଭିଣ୍ଡ ଥାନା ପ୍ରଭାରୀ ଇନସପେକ୍ଟର ନବଦୀପ ସିଂହ ଭଟ୍ଟି ନିଜ ଟିମ୍ ସହ ରାତିରେ ଗସ୍ତ କରୁଥିଲେ । ଜିଲାର ଭାଗବାନପୁରା ଗାଁ ନିକଟରେ ପୋଲିସକୁ ସନ୍ଦେହ ହେବାରୁ ସେ ଏକ କାର୍‌କୁ ଅଟକାଇଥିଲା । ଯେଉଁଥିରେ ୩ ଜଣ ଯାତ୍ରା କରୁଥିଲେ । ଯାଞ୍ଚ କରିବା ପରେ କାରରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଥିଲା । ଏହି ସମୟରେ ସେମାନଙ୍କଠାରୁ ପିସ୍ତଲ ୯ ଏମ୍‌ଏମ୍‌, ୧୧ ରାଉଣ୍ଡ ଗୁଳି ଆଦି ଜବତ କରାଯାଇଛି । ଏମାନେ ପଞ୍ଜାବରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାରେ ଥିବା ପ୍ରକାଶ କରିଛନ୍ତି ।

Share