Categories: ଜାତୀୟ

ବଡ ସଫଳତା: ଅସ୍ତ୍ରଶସ୍ତ୍ର ସହ ୪ ଆତଙ୍କବାଦୀଙ୍କୁ ଗିରଫ କଲା ପଞ୍ଜାବ ପୋଲିସ

ଚଣ୍ଡିଗଡ଼,୧୪ ।୮: ସ୍ୱାଧିନତା ଦିବସ ପୂର୍ବରୁ ପଞ୍ଜାବ ପୋଲିସ ଦିଲ୍ଲୀ ପୋଲିସ ସହୟତାରେ ପାକିସ୍ତାନ ଆଇଏସ ସମର୍ଥିତ ଆତଙ୍କ ମଡୁଲ ଉପରୁ ପରଦା ଉଠାଇଛି । ପଞ୍ଜାବ ପୋଲିସ କାନାଡା ସ୍ଥିତ ଉର୍ଶ ଡଲ୍ଲା ଓ ଅଷ୍ଟ୍ରେଲିଆ ସ୍ଥିତ ଗୁରଜଂଟ ସିଂଙ୍କ ସହ ଜଡିତ ୪ ମଡୁଲ ସଦସ୍ୟଙ୍କୁ ଗିରଫ କରିଛି । ଡିଜିପି ପଞ୍ଜାବ ସୂଚନା ଦେଇଛନ୍ତି, ଗିରଫ ଆତଙ୍କବାଦୀଙ୍କ ନିକଟରୁ ୩ ହାତଗୋଳା, ୧ ଆଇଇଡି, ୨ମିନି ପିସ୍ତଲ ଓ ୪୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପଞ୍ଜାବ ପୋଲିସର ଇଣ୍ଟଲିଜେନ୍ସ ୱିଙ୍ଗ ପଳାତକ ଗ୍ୟାଙ୍ଗଷ୍ଟରରୁ ଆତଙ୍କବାଦୀ ହୋଇଥିବା ଅର୍ଶୀପ ସିଂ ଓରଫ ଉର୍ଶ ଡଲ୍ଲାଙ୍କ ୨ ନିକଟତମ ସହଯୋଗୀଙ୍କୁ ଗିରଫ କରିଥିଲା । ହର୍ଷ କୁମାର ଓ ତାଙ୍କ ସାଥି ରାଘବ ଉଭୟ କୋଟ ଇସେ୍‌ସ ଖାଁ ଜିଲା ମୋଗାର ନିବାସି ଥିଲେ । ସେମାନଙ୍କ ନିକଟରୁ ପୋଲିସ ୪୪ ଜୀବନ୍ତ ଗୁଳି ସହ ବିଦେଶୀ ଏମପି-୫ ଗନ ଜବତ କରିଥିଲା ।

Share