Categories: ଜାତୀୟ

କୁମାର ବିଶ୍ୱାସଙ୍କ ପରେ ଅଳକା ଲାମ୍ବାଙ୍କ ଘରେ ପଞ୍ଜାବ ପୋଲିସ

ଅମୃତସର,୨୦।୪: ପଞ୍ଜାବ ପୋଲିସ ଏବେ ଆକ୍ସନ୍‌ ମୋଡ୍‌ରେ ଅଛି। ଆମ ଆଦମୀ ପାର୍ଟି(ଆପ)ର ପୂର୍ବତନ ସଦସ୍ୟ ତଥା ଜଣାଶୁଣା ଯୁବ କବି କୁମାର ବିଶ୍ୱାସଙ୍କ ପରେ ଏବେ ପଞ୍ଜାବ ପୋଲିସ ପୂର୍ବତନ ଏଏପି ବିଧାୟିକା ତଥା କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ଘରେ ଆଜି ପୁଲିସ ପଇଁତରା ମାରିଛି। ଏ ସମ୍ପର୍କରେ ପୋଲିସ କର୍ମୀଙ୍କ ଫଟୋ ସହ ଲାମ୍ବା ଟୁଇଟ୍‌ କରିଛନ୍ତି। ତାଙ୍କ ଘର ସମ୍ମୁଖରେ ପଞ୍ଜାବ ପୋଲିସ ଜମା ହୋଇଛନ୍ତି। ଲାମ୍ବା କହିଛନ୍ତି,ଭାଜପା ଭଳି ଏଏପି ମଧ୍ୟ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି।
ଏହା ପୂର୍ବରୁ କୁମାର ବିଶ୍ୱାସଙ୍କ ଘର ଆଗରେ ମଧ୍ୟ ପୋଲିସ ପଇଁତରା ମାରୁଥିବାର ଦେଖାଯାଇଛି। ଏଥିପାଇଁ ବିଶ୍ୱାସ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଦାୟୀ କରିଛନ୍ତି। ବୁଧବାର ସକାଳ ୭ଟା ସମୟରେ ପଞ୍ଜାବ ପୋଲିସର ଇନ୍ସପେକ୍ଟରଙ୍କ ସମେତ ୬ଜଣ ପୋଲିସ ଗାଜିଆବାଦର ବସୁନ୍ଧରା ସେକ୍ଟର-୩ରେ କବି କୁମାର ବିଶ୍ୱାସଙ୍କ ବାସଭବନରେ ପହଞ୍ଚିଥିଲେ। ପୋଲିସ ଇନ୍ସପେକ୍ଟର ତାଙ୍କୁ ଏକ ମାମଲାରେ ନୋଟିସ ପ୍ରଦାନ କରିଥିଲେ। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍‌ରିୱାଲଙ୍କ ବିରୋଧରେ କୁମାର ବିଶ୍ୱାସଙ୍କ ଦ୍ୱାରା ପ୍ରକାଶିତ ଭିଡିଓ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଛି। ଭିଡିଓ ଜରିଆରେ ବିଶ୍ୱ କେଜ୍‌ରିଓ୍ବାଲଙ୍କୁ ଖଲିସ୍ତାନୀଙ୍କ ସହ ଲିଙ୍କ ଥିବା ଅଭିଯୋଗ କରିଛନ୍ତି।

Share