Categories: ଜାତୀୟ

ପଞ୍ଜାବ ରାଜ୍ୟ ସଭା ଆସନ ପାଇଁ ଏଏପିକୁ କ୍ଲିନ୍‌ ସ୍ବିପ୍‌

ଚଣ୍ଡିଗଡ଼,୨୪।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ପୁଣି ଥରେ ଆମ ଆଦମୀ ପାର୍ଟି (ଏଏପି)କୁ ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ଏଏପି ସରକାରଙ୍କ ସମସ୍ତ ୫ଜଣ ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଞ୍ଜାବ ରାଜ୍ୟ ସଭା ପାଇଁ ନାମାଙ୍କନ ପ୍ରତ୍ୟାହାର କରିବାର ସମୟ ରହିଥିଲା। କିନ୍ତୁ ଏହି ନିର୍ବାଚନରେ ଏଏପି ବିଧାୟକ ରାଘବ ଚଡ୍ଡା, କ୍ରିକେଟର ହରଭଜନ ସିଂ, ସନ୍ଦୀପ ପାଠକ, ସଞ୍ଜୀବ ଆରୋରା ଏବଂ ଅଶୋକ ମିତ୍ତଲଙ୍କୁ ଆଶାୟୀ ପ୍ରାର୍ଥୀ କରିଥିଲା। ଅନ୍ୟପଟେ ଅନ୍ୟ କୌଣସି ରାଜନୈତିକ ଦଳ ଏହି ଆସନ ପାଇଁ ପ୍ରାର୍ଥୀ ଦେଇନାହାଁନ୍ତି। ଏଭଳି ପରିସ୍ଥିତିରେ ବୈଷୟିକ ଦୃଷ୍ଟିରୁ ଏଏପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି। ତେବେ ମାର୍ଚ୍ଚ ୩୧ରେ ଏହାର ଆନୁଷ୍ଠାନିକ ଘୋଷଣା କରାଯିବ। ସୂଚନା ମୁତାବକ ଚଳିତ ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୧୧୭ଟି ମଧ୍ୟରୁ ୯୨ଟି ଆସନ ହାତେଇଛି।

 

Share