Categories: ଜାତୀୟ

ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏଏପି

ଚଣ୍ଡିଗଡ,୨୧।୩: ପଞ୍ଜାବରୁ ପାଞ୍ଚଟି ରାଜ୍ୟ ସଭା ଆସନ ପାଇଁ ପାଇଁ ଆମ୍‌ ଆଦମୀ ପାର୍ଟି ନିଜ ପ୍ରାର୍ଥୀ ଘୋଷଣା କରିଛି। କ୍ରିକେଟର ହରଭଜନ ସିଂ, ପଞ୍ଜାବରେ ଏଏପିର ସହ ପ୍ରଭାରୀ ରାଘବ ଚଢା, ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକ,ଲୁଧିୟାନା ବ୍ୟବସାୟୀ ସଞ୍ଜୀବ ଆରୋଡା ଏବଂ ଲଭଲୀ ୟୁନିଭରସିଟିର କୁଳପତି ଅଶୋକ କୁମାର ମିତ୍ତଲଙ୍କ ନାମ ସ୍ଥିର ହୋଇଛି। ନାମାଙ୍କନ ପାଇଁ ସୋମବାର ହେଉଛି ଶେଷ ଦିନ। ମାର୍ଚ୍ଚ ୨୧ରେ ରାଜ୍ୟ ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
ପଞ୍ଜାବ ବିଧାନସଭା ନିର୍ବାଚନରେ ୧୧୭ଟି ମଧ୍ୟରୁ ଏଏପି ୯୨ଟି ସିଟ ଜିତିଛି। ଏହି କାରଣରୁ, ରାଜ୍ୟ ସଭାରେ ଖାଲି ପଡିଥିବା ପାଞ୍ଚଟି ସିଟ ଜିତିବା ଏଏପି ପ୍ରାର୍ଥୀମାନେ ନିଶ୍ଚିତ।

Share