Categories: ଜାତୀୟ

ସ୍ବାଇନ୍‌ ଫ୍ଲୁରେ ଭାଜପା ନେତାଙ୍କ ମୃତ୍ୟୁ

ଲୁଧିଆନା,୨୨।୬: ଚଳିତ ବର୍ଷ ପଞ୍ଜାବରେ ସ୍ବାଇନ୍‌ ଫ୍ଲୁରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଲୁଧିଆନାରେ ୪୬ ବର୍ଷ ବୟସ୍କ ଆଡଭୋକେଟ ତଥା ଭାଜପା ନେତା ସନ୍ଦୀପ କପୁର ଏଚ୍‌୧ଏନ୍‌୧ ଭାଇରସ୍‌ ଯୋଗୁ ପ୍ରାଣ ହରାଇଲେ। ଶ୍ୱାସକ୍ରିୟାରେ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ ସନ୍ଦୀପ କପୁର କିଚଲୁ ନଗରରେ ରହୁଥିଲେ। ସେ ଭାଜପାର ଲିଗାଲ ଏବଂ ବିଧାନସଭା ସେଲର ସହ-ସଂଯୋଜକ ଥିଲେ। ସେ ଜୁନ ୧୭ରେ ଏଚ୍‌୧ଏନ୍‌୧ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ଦୟାନନ୍ଦ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଚଳିତ ବର୍ଷ ପଞ୍ଜାବରେ ସ୍ବାଇନ୍‌ ଫ୍ଲୁରେ ଏହା ପ୍ରଥମ ମୃତ୍ୟୁ ବୋଲି ରାଜ୍ୟ ଏପିଡେମୋଲୋଜିଷ୍ଟ ଡା. ଗଗନଦୀପ ସିଂ ଗ୍ରୋଭର କହିଛନ୍ତି।

Share