Categories: ଖେଳ

୧୨୫ରେ ଅଟକିଲା ପଞ୍ଜାବ

ଶାରଜା,୨୫।୯: ଶାରଜାରେ ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌ ଅଧିନାୟକ କେନ ଓ୍ବିଲିୟମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଧିନାୟକ ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୨୫ ରନ୍‌ କରିଛି। ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଓପନିଂ ଯୋଡି ପ୍ରଭାବୀ ସାବ୍ୟସ୍ତ ହୋଇପାରି ନ ଥିଲା। ରାହୁଲ ୨୧ ରନ୍‌ କରି ଆଉଟ ହୋଇଥିଲେ। ଏହାର କିଛି ସମୟ ପରେ ମୟଙ୍କ ୫ରନ୍‌ କରି ଆଉଟ ହୋଇଯାଇଥିଲେ। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦଳର ମିଡିଲ ଅର୍ଡର ମଧ୍ୟ ଖାସ କିଛି କରିପାରି ନ ଥିଲେ।

ସନରାଇଜର୍ସ ହାଇଦ୍ରାବାଦ୍‌ ଜସନ ହୋଲ୍ଡର୍‌ ୩ ଉଇକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା, ଭୁବନେଶ୍ୱର କୁମାର, ରସିଦ ଖାନ, ଅବଦୁଲ ସମଦ୍‌ ପ୍ରମୁଖ ଗୋଟିଏ ଲେଖାଁଏ ଉଇକେଟ ନେବାରେ ସଫଳ ହୋଇଥିଲେ।

Share