Categories: ଜାତୀୟ

ଜେଲରୁ ହଟିଲା ଭିଆଇପି ସେଲ୍‌

ଚଣ୍ଡିଗଡ଼,୧୪।୫: ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜେଲରେ ଥିବା ଭିଆଇପି ସେଲକୁ ଭଗୱନ୍ତ ହଟାଇ ଦେଇଛନ୍ତି। ଜେଲରେ ଥିବା ସମସ୍ତ ଭିଆଇପି ରୁମ୍‌ଗୁଡିକୁ ମ୍ୟାନେଜମେଣ୍ଟ ବ୍ଲକରେ ପରିଣତ କରାଯିବ ବୋଲି ଭଗୱନ୍ତ ଏକ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ପଞ୍ଜାବ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଜେଲରେ ଚଢ଼ାଉ କରି ୭୦୦ରୁ ଅଧିକ ମୋବାଇଲ ଫୋନ ଜବତ ହୋଇଥିବା ଆମ୍‌ ଆଦମୀ ପାର୍ଟି (ଏଏପି) ନେତା କହିଛନ୍ତି। ଯେଉଁମାନେ ଜେଲ ଭିତରକୁ ଫୋନ ଆଣିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ମାମଲା ରୁଜୁ ହୋଇଛି। ଏପରି କି କିଛି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ସେ କହିଛନ୍ତି।

ପଞ୍ଜାବର ଜେଲରେ କ୍ରମାଗତ ଯାଞ୍ଚ ଅଭିଯାନ ଚାଲିଛି। ଯାଞ୍ଚ ଅଭିଯାନ ସମୟରେ ଶତାଧିକ ମୋବାଇଲ ଫୋନ ମିଳିଛି। ଜେଲରେ କୌଣସି ଆପରାଧିକ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ଜେଲ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଭଗୱନ୍ତ କହିଛନ୍ତି।

 

Share