Categories: ଜାତୀୟ

ଆଖୁ ପାଇଁ ପଞ୍ଜାବ-ହରିୟାଣା ମୁହାଁମୁହିଁ

ଚଣ୍ଡିଗଡ଼,୧୦।୯: ଆଖୁ ମୂଲ୍ୟ ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ ଓ ହରିୟାଣା ସରକାର। ହରିୟାଣାରେ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନ ତେଜୁଥିବା ବେଳେ ଭାଜପା ଓ ଜେଜେପି ସରକାର ବାଜି ମାରି ନେଇଛନ୍ତି।

ପଞ୍ଜାବରେ ପୂର୍ବରୁ କୁଇଣ୍ଟାଲ ପିଛା ଆଖୁର ମୂଲ୍ୟ ଥିଲା ୩୧୦ ଟଙ୍କା। କ୍ୟାପଟେନ ଅମରିନ୍ଦ୍ରର ସିଂଙ୍କ ସରକାର ଏଥିରେ ୫୦ ଟଙ୍କା ବୃଦ୍ଧି କରିଥିଲେ। ଫଳରେ ରାଜ୍ୟରେ କୁଇଣ୍ଟାଲ ପିଛା ଆଖୁର ମୂଲ୍ୟ ପହଞ୍ଚିଥିଲା ୩୬୦ ଟଙ୍କାରେ, ଯାହାକି ପୂରା ଦେଶରେ ସର୍ବାଧିକ ଥିଲା। ଏହାକୁ କାଉଣ୍ଟର କରିବାକୁ ଯାଇ ହରିୟାଣା ସରକାର ଆଖୁର ଦାମରେ ୧୨ ଟଙ୍କା ବୃଦ୍ଧି କରିବାରୁ ଦାମ ପହଞ୍ଚିଛି ୩୬୨ ଟଙ୍କାରେ।

ପଞ୍ଜାବରେ ଗତ ୪ ବର୍ଷ ହେଲା କୁଇଣ୍ଟାଲ ପିଛା ଆଖୁର ଦାମ ୩୧୦ ଟଙ୍କାରେ ସ୍ଥିର ଥିଲା। ନିର୍ବାଚନ ବର୍ଷ ଆସିବାରୁ କଂଗ୍ରେସ ସରକାର ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ଆଖୁ ଦାମରେ ୫୦ ଟଙ୍କା ବୃଦ୍ଧି କରିଛି। ମାତ୍ର ଏବେ ମଧ୍ୟ ପୂରା ଦେଶରେ ହରିୟାଣା କୁଇଣ୍ଟାଲ ପିଛା ଆଖୁର ଦାମ ସର୍ବାଧିକ ବୋଲି ହରିୟାଣାର କୃଷ୍ଣି ମନ୍ତ୍ରୀ ଜେ ପି ଦଲାଲ କହିଛନ୍ତି।

Share