ସିଦ୍ଧୁ ମୁସେୱାଲାଙ୍କ ପରେ ଆଉ ଜଣେ ପଞ୍ଜାବି ସିଙ୍ଗରଙ୍କ ଉପରେ ଆକ୍ରମଣ, ଫଟୋ ଶେୟାର କଲେ ହନି ସିଂ

ନୂଆଦିଲ୍ଲୀ,୩ ।୧୦: ପଞ୍ଜାବି ସିଙ୍ଗରଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ସିଦ୍ଧୁ ମୁସେୱାଲାଙ୍କ ପରେ ଏବେ ଆଉ ଜଣେ ପଞ୍ଜାବି ସିଙ୍ଗରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ପଞ୍ଜାବର ଫେମଶ ସିଙ୍ଗର ଅଲଫାଜଙ୍କ ଉପରେ ଏହି ଆକ୍ରମଣ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗାୟକ ଅଲଫାଜ ନିଜ ବନ୍ଧୁମାନଙ୍କ ସହ ମିଶି ଏକ ଢାବାକୁ ଖାଇବାକୁ ଯାଇଥିଲେ । ଏହିସମୟରେ କୌଣସି ଏକ କଥାକୁ ନେଇ ପରସ୍ପର ମଧ୍ୟରେ ଝଗଡା ହୋଇଥିଲା । ବିବାଦ ଏତେ ବଢିଯାଇଥିଲା କି ଅଲଫାଜଙ୍କ ଉପରେ ଆକ୍ରମଣ ହୋଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଏବେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ଲାନ୍ଦ୍ରା ଓ ବନୁର ରୋଡରେ ଥିବା ଏକ ଢାବାରେ ଏହି ଘଟଣା ଘଟିଛି । ସିଙ୍ଗର ହନି ସିଂ ତାଙ୍କ ଇନଷ୍ଟାଗ୍ରାମରେ ଅଲଫାଜଙ୍କ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି । ଏହି ଫଟୋରେ ହସ୍ପିଟାଲ ବେଡରେ ଅଲଫାଜ ଶୋଇ ରହିଥିବା ଦେଖାଯାଇଛି । ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବା ଜଣାଯାଉଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ବୋଲି କୁହାଯାଉଛି ।

Share