ସିଲ ହେଲା ପଞ୍ଜାବୀ ଗାୟକ ଦିଲେର ମେହନ୍ଦିଙ୍କ ଗୁରୁଗ୍ରାମ ସ୍ଥିତ ଫାର୍ମ ହାଉସ

ଗୁରୁଗ୍ରାମ,୩୦ ।୧୧: ଜଣାଶୁଣା ପଞ୍ଜାବୀ ସିଙ୍ଗର ଦିଲେର ମେହନ୍ଦି ଆସିଛନ୍ତି ଚର୍ଚ୍ଚାକୁ । ହେଲେ ଏଥର ସେ କୌଣସି ଗୀତକୁ ନେଇ ଚର୍ଚ୍ଚାକୁ ଆସି ନାହାନ୍ତି ବରଂ ହରିୟାଣର ଗୁରୁଗ୍ରାମରେ ଥିବା ତାଙ୍କ ଫାର୍ମ ହାଉସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଗୁରୁଗ୍ରାମ ଜିଲା ପ୍ରଶାସନର ଅଧିକରୀମାନେ ମଙ୍ଗଳବାର ରୋହନାରେ ଦମଦମା ହ୍ରଦ ନିକଟରେ ଥିବା ଗାୟକ ଦିଲେର ମେହନ୍ଦିଙ୍କ ସମେତ ଅନ୍ୟ ୩ ଜଣଙ୍କ ଫାର୍ମ ହାଉସକୁ ସିଲ କରି ଦେଇଛନ୍ତି । ନଗର ନିୟୋଜନ ସମ୍ପର୍କିତ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ଜିଲା ନଗର ନିୟୋଜକ ବା ଜିଲା ଟାଉନ ପ୍ଲାନର(ଡିଟିପି) ଅମିତ ମଧୋଲିୟା କହିଛନ୍ତି, ଏମାନେ ହ୍ରଦର ଜଳଗ୍ରହଣ ଅଞ୍ଚଳରେ ଅନଧିକୃତ ଭାବେ ଫାର୍ମ ହାଉସ ନିର୍ମାଣ କରିଥିଲେ । ତେଣୁ ଏମିତି ୩ଟି ଫାର୍ମ ହାଉସକୁ ସିଲ୍ କରି ଦିଆଯାଇଛି । ବିନା ଅନୁମତିରେ ଏଗୁଡିକ ଅରାବଳି ରେଞ୍ଜରେ ତିଆରି କରାଯାଇଥିଲା । ସୋନିଆ ଘୋଷ ବନାମ ହରିୟାଣା ରାଜ୍ୟ ମାମଲାର ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ସହାୟତାରେ ଉକ୍ତ ୩ଟି ଫାର୍ମ ହାଉସ ବିରୋଧରେ ଏହି ଅଭିଯାନ ଆରମ୍ଭ କରାଯାଇଛି ।

Share