ପଞ୍ଜାବୀ ଗାୟିକାଙ୍କୁ ହତ୍ୟା ଧମକ

ବମ୍ବେ: ଭାରତୀୟ ବଂଶୋଦ୍ଭବ ଅନ୍ତର୍ଜାତୀୟ ପଞ୍ଜାବୀ ଗାୟିକା ଜସ୍ମିନ ସାଣ୍ଡଲାସଙ୍କୁ ହତ୍ୟା ଧମକ। ଲରେନ୍ସ ବିଶ୍ନୋଇ ନାମରେ ଗାୟିକାଙ୍କୁ ଧମକପୂର୍ଣ୍ଣ ଫୋନ୍‌ ଆସିଛି। ଏହାକୁ ନେଇ ଜସ୍ମିନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏହାଛଡ଼ା ଦିଲ୍ଲୀ ପୋଲିସ ମଧ୍ୟ ଫୋନ୍‌ କଲ୍‌ କିଏ କରିଥିଲା ତାହାର ଯାଞ୍ଚ କରୁଛି।

ତେବେ ଜସ୍ମିନ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଲାଇଭ୍‌ କନ୍‌ସର୍ଟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ଏହାକୁ ନେଇ ସେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରଠାରୁ ଏକ ବିଦେଶୀ ଫୋନ ନମ୍ବରରୁ ଧମକପୂର୍ଣ୍ଣ କଲ୍‌ ଆସିଥିବା ଜଣାପଡ଼ିଛି।

Share