Categories: ଜାତୀୟ

ମୁସେ ୱାଲା ହତ୍ୟା ମାମଲା: ଏସଆଇଟି କରିବ ଯାଞ୍ଚ, ଏବେ ପର୍ଯ୍ୟନ୍ତ ୨ ଗିରଫ, ହତ୍ୟା ପାଇଁ ନିଜକୁ ଦାୟି କଲେ କାନାଡାରେ ଥିବା ଗୋଲଡି ବରାର

ଚଣ୍ଡିଗଡ଼,୩୦ ।୫: ପଞ୍ଜାବି ସିଙ୍ଗର ତଥା କଂଗ୍ରେସ ନେତା ମୁସେ ୱାଲା ହତ୍ୟାକାଣ୍ଡର ଯାଞ୍ଚ କରିବାକୁ ଏସ୍‌ଆଇଟି ଗଠନ କରାଯାଇଛି । ମୁସେ ୱାଲା କିଏ? ହତ୍ୟାର କାରଣ କ’ଣ ଆଦି ପ୍ରଶ୍ନର ଉତ୍ତର ଖୋଜିବାକୁ ପଞ୍ଜାବ ପୋଲିସର ୩ ସଦସ୍ୟ ବିଶିଷ୍ଟ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ(ଏସ୍‌ଆଇଟି) ଗଠନ କରାଯାଇଛି । ପଞ୍ଜାବୀ ସିଙ୍ଗରଙ୍କୁ ଜାହବପୁର ଗାଁରେ ଆଖିବୁଜା ଗୁଳି ଚାଳନା କରି ୩ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ସିଙ୍ଗର ମୁସେ ୱାଲାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରବିବାର ଘଟିଥିବା ଏହି ଘଟଣାକୁ ନେଇ ଏବେ କଂଗ୍ରେସ ଆମ ଆଦମୀ ପାର୍ଟି(ଏଏପି) ସରକାର ଉପରେ ଦୋଷ ଲଦିଛି ।

ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସେ ୱାଲା ହତ୍ୟାକାରୀଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସ ଚିନ୍ତାରେ ପଡିଯାଇଛି । ଏହି ମାମଲାରେ ଏବେ ପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଛି । ହତ୍ୟାରେ ବ୍ୟବହାର ହୋଇଥିବା କାର୍‌କୁ ବି ପୋଲିସ ଜବତ କରିଛି । ପୋଲିସର ସୂଚନା ଅନୁଯାୟୀ, ହତ୍ୟାରେ ୩ ଅସ୍ତ୍ର ଓ ୩ଟି ଗାଡି ବ୍ୟବହାର କରାଯାଇଛି । ତେବେ ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟା ପାଇଁ କାନାଡାରେ ଥିବା ଗୋଲଡି ବରାର ଓ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛନ୍ତି ।

Share