ଟ୍ରାଡିଶନାଲ ଓ ଏଥେନିକ୍ ଲୁକ୍ ପାଇଁ ପଞ୍ଜାବୀ ଲୁକ୍ ଆପଣାଇ ପାରିବେ। ଫ୍ୟାଶନ ଦୁନିଆରେ ପଞ୍ଜାବୀ ସୁଟ୍ ଆଜି ବି ହଟ୍ ଟ୍ରେଣ୍ଡ ହୋଇ ରହିଛି। ଏହି ଡିଜାଇନ୍ ସୁଟ୍ ରେଡି ଟୁ ଗୋ ଏବଂ ସବୁବେଳେ
ଫ୍ୟାଶନ ଟ୍ରେଣ୍ଡରେ ରହି ଆସିଛି।
ଲୁକ୍ ପାଇଁ କ୍ରେପ ସାଲୱାର ସୁଟ୍ ଏକ ସୁନ୍ଦର ବିକଳ୍ପ। ଏଥିରେ ପଟିଆଲା ସାଲୱାର ସହିତ ଦୁପଟ୍ଟା ବେଶ୍ ସୁନ୍ଦର ଦେଖାଯାଏ। ଯଦି ଆପଣ ଓଭର ଟ୍ରେଣ୍ଡ ହେବା ପାଇଁ ଚାହୁଁ ନ ଥିବେ ତେବେ ଏହି ଡ୍ରେସ ପିନ୍ଧିପାରିବେ। ଅନଷ୍ଟିଚ୍ ମାଟେରିଆଲର ଏହି ଡ୍ରେସ ବିଭିନ୍ନ ପ୍ରକାରର ରଙ୍ଗରେ ଉପଲବ୍ଧ।
ଲୁକ ଦେଉଥିବା ରାଜନନ୍ଦିନୀ କଟନ ପ୍ରିଣ୍ଟେଡ୍ ଅନଷ୍ଟିଚ୍ ସାଲୱାର ସୁଟ୍ ବି ବହୁତ ସୁନ୍ଦର। ଏଥିରେ ବର୍ଡର ଥିବା ଏକ ପ୍ଲେନ୍ କଲରର ସୁଟ୍ ସହିତ ହେଭି ପ୍ରିଣ୍ଟଥିବା ଦୁପଟ୍ଟା ରହିଥାଏ। ହାଲୁକା ମେକଅପ୍ ଓ ଅଳ୍ପ ଜୁଏଲେରୀ ସହିତ ଏହି ଡ୍ରେସ ବହୁତ ସୁନ୍ଦର ଲାଗେ।
ପଞ୍ଜାବୀ ଷ୍ଟାଇଲର ଏମ୍ବ୍ରୋଡରୀ ସୁଟ୍ ମଧ୍ୟ ଏବେ ବି ଫ୍ୟାଶନରେ ରହିଛି। ଏହି ସାଲୱାର ସହିତ ମ୍ୟାଚିଂ ଦୁପଟ୍ଟା ଓ ପଟିଆଲା ରହିଥାଏ। ତେବେ ପଟିଆଲା ପ୍ୟାଣ୍ଟରେ ଏହାର ଷ୍ଟାଇଲ ଟିକେ ଅଲଗା ନିଶ୍ଚୟ। ତେଣୁ ଏହାକୁ ଅଫିସ କିମ୍ବା ଯେକୌଣସି ଉତ୍ସବରେ ପିନ୍ଧିପାରିବେ।
ପ୍ରିଣ୍ଟେଡ୍ କୁର୍ତ୍ତା ସହିତ ପ୍ଲେନ କଲରର ପ୍ୟାଣ୍ଟରେ ପଞ୍ଜାବୀ ଲୁକ୍ ବି ବହୁତ ଆକର୍ଷଣୀୟ ଲାଗିବ। ରେଗୁଲାର ୱେରଭାବେ ଏହାକୁ ବ୍ୟବହାର କରିପାରିବେ।
ମୋଟିଫ୍ ପ୍ରିଣ୍ଟେଡ୍ ଗୋଟାପଟ୍ଟି କୁର୍ତ୍ତା ପଟିଆଲା ପ୍ୟାଣ୍ଟ ସହିତ ବି ସୁନ୍ଦର ଲାଗିବ। ଅଧିକ ସାଇନିଂ କପଡା ପିନ୍ଧିବାକୁ ପସନ୍ଦ କରୁଥିଲେ ଏହି ଡିଜାଇନ୍ ବହୁତ ଭଲ। ଖାସ୍ ଦିନରେ ଏଭଳି ଡ୍ରେସ ଭଲ ଲାଗିବ।
ଓ ଦେଶୀ ପଞ୍ଜାବୀ ଲୁକ୍ ପସନ୍ଦ କରୁଥିଲେ ଗାଢ କଲରର ଏମ୍ବ୍ରୋଡରୀ ଡିଜାଇନ୍ ପିନ୍ଧନ୍ତୁ।
ଟ୍ରେଣ୍ଟରେ ଅନାରକଲୀ ପଞ୍ଜାବୀ ସୁଟ୍ ବି ମାର୍କେଟରେ ଉପଲବ୍ଧ ହେଉଛି। ଏହା ଉଭୟ ପଞ୍ଜାବୀ ଓ ରାଜସ୍ଥାନୀ ଷ୍ଟାଇଲ ଦେଇଥାଏ।