Categories: ଜାତୀୟ

ଶନିବାର ଶପଥ ନେବେ ମନ୍ତ୍ରୀ

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧିନ ସରକାର ଗଠନ ହେବା ପରେ ଏବେ ଶପଥ ଗ୍ରହଣ କରିବେ ମନ୍ତ୍ରୀ। ଶନିବାର ଦିନ ୧୧ଟାରେ ପଞ୍ଜାବ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ୧୮ ବର୍ଥ ଥିବା ବେଳେ ଏଥିରେ ୮ରୁ ୧୦ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି କୁହାଯାଉଛି। ଶପଥ ଗ୍ରହଣ କରିବା ପରେ ନବନିଯୁକ୍ତ ମନ୍ତ୍ରୀମାନେ ରାଜ୍ୟ ସଚିବାଳୟରେ ଦାୟିତ୍ୱ ଗ୍ରହଣ କରିବେ। ଏହାଛଡ଼ା ଏଏପି ସରକାରର ପ୍ରଥମ କ୍ୟାବିନେଟ ବୈଠକ ମଧ୍ୟ ଅନୁଷ୍ଠିତ ହେବ।

ପ୍ରକାଶ ଯେ, ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆମ୍‌ ଆଦମୀ ପାର୍ଟି(ଏଏପି) ୯୨ ସିଟ୍‌ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ମାର୍ଚ୍ଚ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଭଗଓ୍ବନ୍ତ ମାନ ଶପଥ ଗ୍ରହଣ କରିଥିଲେ। ଏହାପରେ ରାଜ୍ୟ ବିଧାନସଭାର ପ୍ରଥମ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି।

Share