ଜେଲରେ ପୁଞ୍ଜିଲାଲଙ୍କୁ ନିର୍ଯାତନା

ବଲାଙ୍ଗୀର ଅଫିସ, ୨୪ା୧୦-ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିବା ପୁଞ୍ଜିଲାଲ ମେହେରଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ଓକିଲ ଶନିବାର ପାଟଣାଗଡ଼ ଆଡିଶନାଲ ସେସନ୍ସ ଜଜ୍‌ (ଏଡିଜେ)ଙ୍କୁ ଲିଖିତଭାବେ ଜଣାଇଛନ୍ତି।
ଗତ ବୁଧବାର ଓ ଶୁକ୍ରବାର ଜେଲରେ ପୁଞ୍ଜିଲାଲଙ୍କୁ ମାଡ଼ ମରାଯିବା ସହ ତାଙ୍କ ମୁହଁରେ ପରିସ୍ରା କରାଯାଇଛି ବୋଲି ତାଙ୍କ ଓକିଲ ତୀର୍ଥ କୁମାର ସାହୁ କହିଛନ୍ତି ା ପୁଞ୍ଜିଲାଲଙ୍କୁ ଭେଟିବାକୁ ଚାହିଁବାରୁ ତାଙ୍କୁ କରୋନା ସଂକ୍ରମିତ ଦର୍ଶାଇ ଭେଟିବାକୁ ଦିଆଯାଉନାହିଁ ା ତାଙ୍କ ମହକିଲ ଯଦି କରୋନା ସଂକ୍ରମିତ ତେବେ ତାଙ୍କର କୌଣସି ଡକ୍ୟୁମେଣ୍ଟ ଦିଅନ୍ତୁ ବୋଲି ମାଗିଲେ ଜେଲ କର୍ତ୍ତୃପକ୍ଷ ଦେଉନାହାନ୍ତି ା ପୁଞ୍ଜିଲାଲଙ୍କୁ ନିର୍ଯାତନା ଦିଆଯିବା ଘଟଣାକୁ ଲୁଚାଇବାକୁ କରୋନା ସଂକ୍ରମଣ କଥା କହି ତାଙ୍କୁ ଭେଟିବାକୁ ଦିଆଯାଉ ନାହିଁ ବୋଲି ଓକିଲ ସାହୁ କହିଛନ୍ତି ା ଏହି ଘଟଣା ସମ୍ପର୍କରେ ପାଟଣାଗଡ଼ ଏଡିଜେଙ୍କୁ ଜଣାଇ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ କରାଯିବାକୁ ଅନୁରୋଧ କରିଥିବା ସେ ସୂଚନା ଦେଇଛନ୍ତି ା ଏହା ସହିତ ଜେଲ ଭିତରର ସିସିଟିଭି ଫୁଟେଜ୍‌ ଦେବାକୁ ମଧ୍ୟ ଅନୁରୋଧ କରିଥିବା କହିଛନ୍ତି ା ଏନେଇ ବଲାଙ୍ଗୀର ଜିଲା କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ଊର୍ମିଳା ମିଞ୍ଜ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ା ଜେଲ ଭିତରେ ନିର୍ଯାତନା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଦର୍ଶାଇ ପୁଞ୍ଜିଲାଲ କରୋନା ସଂକ୍ରମିତ ହୋଇନାହାନ୍ତି ବୋଲି ସେ କହିଛନ୍ତି ା

Share