Categories: ଫୁରସତ

କଇଁଛ ପିଠିରେ ବସି ମଜା ନେଉଛି କୁକୁରଛୁଆ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ କୁକୁରର ଏକ ସୁନ୍ଦର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଏକ କଇଁଛ ପିଠିରେ ବସିଥିବା ନଜର ଆସିଛି। ଭିଡିଓରେ କୁକୁରଛୁଆଟି କଇଁଛର ପଛପଟୁ ଆସି ତା’ ପିଠିରେ ବସିବା ପାଇଁ ଅନେକ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ସେ ଜିତି ଯାଉଛି। ସେହି କୁକୁରର ସୁନ୍ଦର ଶୈଳୀ ଆପଣଙ୍କ ହୃଦୟକୁ ଛୁଇଁଯିବ।

ଭିଡିଓ ଆରମ୍ଭରେ ଏକ କଇଁଛ ସବୁଜ ଘାସ କ୍ଷେତରେ ବୁଲୁଥିବାର ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ  କୁକୁରଛୁଆଟି ବାରମ୍ବାର ତା’ ପିଠିରେ ବସିବାକୁ ଚେଷ୍ଟା କରୁଛି। ଅନେକ ବିଫଳ ପ୍ରୟାସ ପରେ  ଶେଷରେ କଇଁଛ ପିଠିରେ ବସିବାରେ ସଫଳ ହେଉଛି। ତା’ପରେ ସେ ଅତି ଆରାମରେ କଇଁଛ ପିଠିରେ ବସି ଯାଉଛି। ସତେ ଯେପରି କୁକୁରଛୁଆ କିଛି ବଡ଼ ସଫଳତା ହାସଲ କରିଛି।

@Natureferver ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ କ୍ୟାପଶନରେ ‘ସୁନ୍ଦର’ ବୋଲି ଲେଖାଯାଇଛି। ୪ଦିନ ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ୟୁଜରମାନେ ଭିଡିଓ ଉପରେ ଅନେକ ମନ୍ତବ୍ୟ ଦେଇଛନ୍ତି। ଏହି ଭିଡିଓକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। ଭିଡିଓରେ ଲାଇକ, କମେଣ୍ଟ ଏବଂ ଭ୍ୟୁ କ୍ରମାଗତ ଭାବରେ ବଢ଼ିଚାଲିଛି।

Share