Posted inରାଜ୍ୟ

ଦିବ୍ୟାଙ୍ଗ ପାଳିଲେ ପୂରାଉଆଁସ

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ସୋମବାର ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ପୁରାଉଆଁସ ଆନନ୍ଦ ଉଲ୍ଲାସରେ ପାଳନ କରି ପରମ୍ପରାକୁ ଉଜ୍ଜୀବିତ କରିଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସାଧୁ ନେପାକ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ୱତୀ ଦାଶ, ସର୍ଦ୍ଦାର ପ୍ରୀତମ ସିଂ, ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀ, ଅଭିନେତା ନନ୍ଦିଘୋଷ ମହାପାତ୍ର, ନେପାଳେଶ୍ୱର ନନ୍ଦ, ଦିବାକର ମାଝୀ, ପଣ୍ଡିତ ପ୍ରସନ୍ନ ଆଚାର୍ଯ୍ୟ, କମଳ ସାହୁ, ରମେଶ ଦାଶ, ଜଟାଧାରୀ ପ୍ରଧାନ, ଭକ୍ତପ୍ରସାଦ ସାହୁ, ଅଶୋକ ପ୍ରଧାନ, ଅଶୋକ ଅଗ୍ରୱାଲ, ଶରତ ସାହୁ, ସୁବାସ ଚନ୍ଦ୍ର ପ୍ରଧାନ, ଆଶିଷ ମହାପାତ୍ର, ମନୋରଞ୍ଜନ ସାହୁ, ସହଦେବ ଜାଲ, ଶରତ ଚନ୍ଦ୍ର ସାହୁ, ହରଜିନ୍ଦର କୌର, କଲ୍ୟାଣୀ ଶତପଥୀ, ସୁରେଶ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଅତିଥିମାନେ ପୂଜାର୍ଚ୍ଚା କରି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଟେରାକୋଟାରେ ସଜ୍ଜିତ ବଳଦ, ଘୋଡ଼ା, ହାତୀକୁ ଦିବ୍ୟାଙ୍ଗ ଛାତ୍ରମାନେ ଟାଣିଥିବାବେଳେ ଛାତ୍ରୀମାନେ ଗୃହିଣୀ ବେଶରେ ଚାଙ୍ଗୁଡ଼ିରେ ପୂଜା ସାମଗ୍ରୀ ଧରି ଆଗେଇ ଚାଲିଥିଲେ। ଟାଉନ ଥାନା ପରିସରରେ ଥାନାଧିକାରୀ ସତ୍ୟଜିତ୍‌ କଣ୍ଡାନକେଲ ଏବଂ ମୁଖ୍ୟ ଡାକଘର ଅଧିକାରୀ ନୃସିଂହ ପ୍ରସାଦ ମିଶ୍ର ପୂଜାର୍ଚ୍ଚନା କରିଥିଲେ। ଗୃହିଣୀ ବେଶରେ ଥିବା ଛାତ୍ରୀମାନେ ସଜ୍ଜିତ ବଳଦ, ଘୋଡ଼ାକୁ ପୂଜାର୍ଚ୍ଚନା କରି ଲଡ଼ୁ ଖାଇବାକୁ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡା. ଜୟଦେବ ସାହୁ, ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ, ଅଭୟ ପ୍ରଧାନ ଉଭୟ ବିଦ୍ୟାଳୟ ଏବଂ ଥାନା ପରିସରରେ ଅତିଥିମାନଙ୍କୁ ପୂଜାର୍ଚ୍ଚନା କରି ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ। ପୂଜା ପରେ ପୌରାଧ୍ୟକ୍ଷା ମାଝୀ କୃଷକ ବେଶରେ ସଜ୍ଜିତ ୩ ଛାତ୍ରଙ୍କୁ ସମ୍ମାନିତ କରିଥିଲେ। ଜାତୀୟ ପତାକା ରଙ୍ଗରେ ୯ଛାତ୍ରୀ ସଜ୍ଜିତ ହୋଇ ଦର୍ଶକମାନଙ୍କୁ ଜାତୀୟ ଚେତନାରେ ଉଦ୍‌ବୁଦ୍ଧ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri