Categories: ଖେଳ

ପର୍ସେଲ ଜିତିଲେ ଚେନ୍ନାଇ ଓପନ ଏଟିପି ଚ୍ୟାଲେଞ୍ଜର

ଚେନ୍ନାଇ, ୨୦ା୨ (ପି.ଟି.): ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ ଚେନ୍ନାଇ ଓପନ ଏଟିପି ଚ୍ୟାଲେଞ୍ଜର ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଆମରିକାର ନିକୋଲାସ ମୋରେନୋ ଡି’ ଅଲବେରାନଙ୍କୁ ୫-୭, ୭-୬, ୬-୪ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ଦୀର୍ଘ ୩ ଘଣ୍ଟା ଧରି ଚାଲିଥିଲା। ଚ୍ୟାଲେଞ୍ଜର ସ୍ତରରେ ବିଶ୍ୱର ୨୦୩ ନମ୍ବର ଖେଳାଳି ପର୍ସେଲଙ୍କ ଏହା ହେଉଛି ତୃତୀୟ ସିଙ୍ଗଲ୍ସ ଟାଇଟଲ।

Share