ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ବିଲେଇଛୁଆ, ଡେଲିଭରି ବକ୍ସରୁ ଯାହା ବାହାରିଲା ଦେଖିଲେ ଉଡ଼ିଯିବ ହୋସ୍‌

ପ୍ୟାରିସ୍‌,୧୨ା୧୦: ଫ୍ରାନ୍ସର ଏକ ଦମ୍ପତି ଘରେ ବିଲେଇ ଛୁଆ ପାଳିବାକୁ ଚାହୁଁଥିଲେ। ସେମାନେ ଅନ୍‌ଲାଇନ୍‌ରେ ୬ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ ମଗାଇଥିଲେ। ଯେତେବେଳେ ଘରକୁ ଡେଲିଭରି ବକ୍ସ ଆସିଲା ଏହାକୁ ଖୋଲି ଦେଖିବାରୁ ତାଙ୍କ ହୋସ୍‌ ଉଡ଼ିଗଲା। କାରଣ ଏହି ବକ୍ସ ମଧ୍ୟରେ ବିଲେଇ ପରିବର୍ତ୍ତେ ଏକ ବାଘଛୁଆ ଥିଲା।
ଏକ ରିପୋର୍ଟ ଅନୁଯାୟୀ, ନର୍ମାଣ୍ଡିରୁ ଏହି ଦମ୍ପତି ବିଲେଇ ପାଇଁ ଅନ୍‌ଲାଇନ୍‌ ବିଜ୍ଞାପନ ଦେଖିଥିଲେ। ପରେ ଏହାକୁ ଅନ୍‌ଲାଇନ୍‌ରେ ମଗାଇଥିଲେ। ଯେତେବେଳେ ଘରକୁ ଅନ୍‌ଲାଇନ୍‌ ଡେଲିଭରି ଆସିଲା ସେତେବେଳେ ଏହି ବକ୍ସ ମଧ୍ୟରେ ୧ ମାସର ଏକ ବାଘଛୁଆ ବାହାରିଲା। ଏହାପରେ ସେମାନେ ପୋଲିସ ସହିତ ଯୋଗାଯୋଗ କରିଥିଲେ। ଏହାର ପତ୍ତା ନେବାରୁ ସେ ବାଘଛୁଆଟି ଇଣ୍ଡୋନେସିଆର ଏକ ସୁମାତ୍ରା ଟାଇଗର। ବିଲେଇକୁ ଘରେ ପୋଷିହେବ ମାତ୍ର ବାଘ ପୋଷିବା ଆଇନସଙ୍ଗତ ନୁହେଁ।
ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ଦମ୍ପତିଙ୍କ ସହ ପୋଲିସ ମୋଟ୍‌ ୯ ଜଣଙ୍କୁ ଗିରଫ କରିଛି।

Share