ଏବେ ବି ଚୁଆପାଣି ଭରସା

ଚିତ୍ରକୋଣ୍ଡା,୧୨।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ଅଣ୍ଡିରାପାଲି ପଞ୍ଚାୟତ ଅନ୍ତର୍ଭୁକ୍ତ କୋଡ଼ିଗନ୍ଧି ଗାଁରେ ୧୨୦ଟି ଆସିବାସୀ ବସବାସ କରନ୍ତି। ଏହି ଗାଁର ବାସିନ୍ଦା ପାଣି ପିଇବା ପାଇଁ ନାଳ ପାଣି ଓ ଚୁଆ ପାଣି ଉପରେ ନିର୍ଭର କରିଆସୁଛନ୍ତି। କିଛି ବର୍ଷ ତଳେ ଉକ୍ତ ଗ୍ରାମ ରେ ଗୋଟିଏ କୂଅ ଓ ଗୋଟିଏ ନଳକୂଅ ନିର୍ମାଣ କରାଯାଇଥିଲା। ହେଲେ ଏବେ ନଳକୂଅଟି ଅଚଳ ହୋଇ ଯାଇଥିବା ବେଳେ କୂଅଟି ପୋତି ହୋଇ ଯାଇଛି। ଫଳରେ କୋଡ଼ିଗନ୍ଧି ଗ୍ରାମର ଲୋକେ ଆଗଭଳି ଯେମିତି ନାଳ ପାଣି ଓ ଚୁଆ ପାଣି ଉପରେ ନିର୍ଭର କରି ଚଳୁଥିଲେ ସେଭଳି କରୁଛନ୍ତି। ପ୍ରତିଦିନ ଗାଁ ର ମହିଳା ମାନେ ଗାଁ ଠାରୁ ଅଧା କିଲୋମିଟର ଦୂରରେ ଥିବା ନାଳ ଉପରେ ପଡ଼ିଥିବା କାଠଗଣ୍ଡି ଡେଇଁ ଚୁଆରୁ ପାଣି ଆଣିଥାନ୍ତି। ନାଳର ଅପରିଷ୍କାର ପାଣି ପିଇ ବହୁ ସମୟରେ ଗାଁ ଲୋକେ ତରଳଝାଡା ଓ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଅବିଳମ୍ବେ ଜିଲା ପ୍ରଶାସନ ଉଭୟ ଗ୍ରାମର ଜଳ ସମସ୍ୟା କୁ ଅନୁଧ୍ୟାନ କରି ପାନୀୟ ଜଳ ବ୍ୟବସ୍ଥା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।