ପୁରୀ ବିମାନବନ୍ଦର ଭାଗ୍ୟ ଡେଲୋଇଟ୍‌ ହାତରେ

ଭୁବନେଶ୍ୱର,୨୬ା୧(ସୁନିତ୍‌ ମିଶ୍ର): ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ପୁରୀ ବିମାନବନ୍ଦର ନିର୍ମାଣଠାରୁ ଆରମ୍ଭକରି ବିମାନ ଚଳାଚଳ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେବ। ଯେପରିକି ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନବନ୍ଦର ଦାୟିତ୍ୱ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଚଲାଉଛି। ହେଲେ ଜୟପୁର, ରଙ୍ଗେଇଲୁଣ୍ଡା ଏବଂ ଉତ୍କେଲା ବିମାନବନ୍ଦରର ସବୁ ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହିଛି। ତେବେ ପୁରୀଠାରେ ହେବାକୁ ଥିବା ବିମାନବନ୍ଦର ଲାଗି ଜମି ଅଧିଗ୍ରହଣ ସବୁଠୁ ବଡ଼ ସମସ୍ୟା। ରାଜ୍ୟ ସରକାର ଜମି ଅଧିଗ୍ରହଣ ସମ୍ପର୍କିତ ସମସ୍ତ ତଥ୍ୟ ଡେଲୋଇଟ୍‌ଠାରୁ ନେବେ। ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରେ ଡେଲୋଇଟ୍‌ ଏବଂ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ମଧ୍ୟରେ ପୁରୀ ବିମାନବନ୍ଦର ପ୍ରତିଷ୍ଠା ସମ୍ପର୍କିତ ସମସ୍ୟାଗୁଡ଼ିକର ବିସ୍ତୃତ ଆଲୋଚନା ହେବ। ଏଭଳି ସ୍ଥିତିରେ ରାଜ୍ୟ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜର ନାମ ଗୋପନ ରଖି କହିଛନ୍ତି, ପୁରୀ ବିମାନବନ୍ଦରର କାର୍ଯ୍ୟ ଅନ୍ଧାର ଭିତରେ ରହିଛି। କେନ୍ଦ୍ର ସରକାର ଏନେଇ ଆବଶ୍ୟକ ଆଗ୍ରହ ଦେଖାଉନାହାନ୍ତି। ନ ହେଲେ ଡେଲୋଇଟ୍‌ ଭଳି ଏକ ଅନଭିଜ୍ଞ ସଫ୍ଟଓ୍ବେର ସଂସ୍ଥା ହାତରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ହସ୍ତାନ୍ତର କରି ନ ଥାନ୍ତେ। ଡେଲୋଇଟ୍‌ କ’ଣ ତଥ୍ୟ ସଂଗ୍ରହ କରିଛି ସେ ନେଇ ପୂର୍ବରୁ ୨ ଥର ବୈଠକ ହେବାର ଥିଲା। ହେଲେ ଏପର୍ଯ୍ୟନ୍ତ ତାହା ହୋଇପାରିନାହିଁ ବୋଲି ସେ କହିଛନ୍ତି।
ରାଜ୍ୟ ସରକାର ଓଡ଼ିଶାରେ ଆଉ ୮ଟି ବିମାନବନ୍ଦର ପ୍ରତିଷ୍ଠା କରିବା ନେଇ ଯୋଜନା ରଖିଛନ୍ତି। ମୟୂରଭଞ୍ଜର ଦଣ୍ଡବୋଷ, ବଲାଙ୍ଗୀରର ତୁଷୁରା, ଢେଙ୍କାନାଳର ବିରାଶାଳ, ରାଉରକେଲା, ମୟୂରଭଞ୍ଜର ଅମର୍ଦା ରୋଡ୍‌, ନୂଆପଡ଼ାର ଗୋଟମା, ରାୟଗଡ଼ର ଗୁଡ଼ାରି ଏବଂ ପଦ୍ମପୁରର ସତୀଭଟାଠାରେ ବିମାନବନ୍ଦର ପ୍ରତିଷ୍ଠା ନେଇ ଯୋଜନା ରଖିଛନ୍ତି। ସେଥିମଧ୍ୟରୁ ମୟୂରଭଞ୍ଜର ଦଣ୍ଡବୋଷଠାରେ ବିମାନବନ୍ଦର ହେବା ନେଇ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିଳାନ୍ୟାସ କରିଥିଲେ। ଏହାଛଡ଼ା ଢେଙ୍କାନାଳର ବିରାଶାଳଠାରେ ପୂର୍ବରୁ ଥିବା ଏୟାରଷ୍ଟ୍ରିପ୍‌କୁ ଆଭିଏଶନ ଟ୍ରେନିଂ ସେଣ୍ଟର ଭାବେ ନିର୍ମାଣ କରାଯିବ ଏବଂ ତୁଷୁରାଠାରେ ଯେଉଁ ବିମାନବନ୍ଦର ହେବାକୁ ଅଛି, ତାହା ଏକ ପ୍ରକାର ସ୍ଥିର। ବାକି ୫ଟି ସ୍ଥାନରେ ବିମାନବନ୍ଦର ହେବ ନା ନାହିଁ ତାହା ପ୍ରଶ୍ନବାଚୀ ଭିତରେ ରହିଛି। ରାଉରକେଲାଠାରେ ସେଲ୍‌ ସହ ମିଶି ବିମାନବନ୍ଦର ପ୍ରତିଷ୍ଠା କରାଯିବା ଯୋଜନା ଅଛି। ରାୟଗଡ଼ାର ଗୁଡ଼ାରିଠାରେ ଯଦି ବିମାନବନ୍ଦର ହୁଏ ତାହାକୁ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଦାୟିତ୍ୱ ନେଇ ଚଳାଇବ ବୋଲି ଜଣେ ପରିବହନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏସବୁ ଭିତରେ ପୁରୀ ଭଳି ବଡ଼ ପର୍ଯ୍ୟଟନସ୍ଥଳରେ ହେବାକୁ ଥିବା ବିମାନବନ୍ଦର ଚର୍ଚ୍ଚାର ସର୍ବାଗ୍ରେ ରହିଥିବାବେଳେ ଉକ୍ତ କାର୍ଯ୍ୟ ଡେଲୋଇଟ୍‌ କେତେ ତୁଲାଉଛି ତାହା ସମୟ ସ୍ପଷ୍ଟ କରିବ ବୋଲି ଶୁଣିବାକୁ ମିଳୁଛି। ଜମି ଅଧିଗ୍ରହଣ ଏବଂ ବିମାନବନ୍ଦର କାର୍ଯ୍ୟ ସମ୍ପର୍କରେ ଡେଲୋଇଟ୍‌ କମ୍ପାନୀର ପୂର୍ବରୁ କିଛି ଅଭିଜ୍ଞତା ରହିଛି କି ନାହିଁ, ତାହା ଇଣ୍ଟରନେଟ୍‌ରୁ ଜାଣିବାକୁ ଚେଷ୍ଟା କରିଥିଲୁ। ହେଲେ ଉକ୍ତ କମ୍ପାନୀର ଜମି ଅଧିଗ୍ରହଣ ଓ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ନେଇ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବା ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri