ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି କର୍ମୀ: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ପୁରୀ ଅଫିସ,୨୩।୧୨: ପୁଣି ଜଣେ ଅଙ୍ଗନଓ୍ବାଡି କର୍ମୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ହେଲେ ପୁରୀ ଜିଲାର ଅଙ୍ଗନଓ୍ବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ବୁଧବାର ସକାଳେ ସନ୍ଧ୍ୟାରାଣୀଙ୍କ ଘରେ ଚଢ଼ାଉ ଜାରି ରଖିଛନ୍ତି। ତେବେ ସନ୍ଧ୍ୟାରାଣୀଙ୍କ ପୈତୃକ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ପୁରୀ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଛି। ହାତୀଶାଳରେ ଥିବା ୪ ମହଲା ବିଲ୍ଡିଂ, ସମଙ୍ଗମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ, ବାଲି ସାହିରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ତଥା ଡେଲାଙ୍ଗ ହାଟସାହିରେ ଥିବା ଶ୍ୱଶୁର ଘରେ ଚଢ଼ାଉ ଜାରି ରହିଛି।
ଭିଜିଲାନ୍ସ ଟିମ୍‌ ବ୍ୟାଙ୍କ ପାସବୁକ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ ଚଳାଇଛି । ତେବେ ଏପର୍ଯ୍ୟନ୍ତ ତାଙ୍କର କେତେ ସମ୍ପତ୍ତି ଠାବ ହେଲାଣି ସେ ନେଇ କିଛି ସୂଚନା ମିଳିପାରିନାହିଁ ।

Share