ପୁରୀ ଅଫିସ,୨୫।୭: ପୁରୀ ଜିଲାରୁ ୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଦିନକରେ ସର୍ବାଧିକ ୩୦ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହାର ତିନିଗୁଣା ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇବା ପରେ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୬ରେ ପହଞ୍ଚିଛି। ଇତିମଧ୍ୟରୁ ୩୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫୯ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ୨ଜଣଙ୍କ ମୃତ୍ୟୁ କରୋନାରେ ହୋଇଥିବା ବେଳେ ଆଉ ୨ଜଣଙ୍କ ଅନ୍ୟରୋଗରେ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରୁ ଡେଲାଙ୍ଗ ବ୍ଲକରୁ ସର୍ବାଧିକ ୨୭ଜଣ ଥିବା ବେଳେ କୃଷ୍ଣପ୍ରସାଦରୁ ୨୨, ପୁରୀ ପୌରପାଳିକା ଅଞ୍ଚଳରୁ ୧୫ଜଣ ଥିବା ସୂଚନା ମିଳିଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ପୁରୀ, ରାଜ୍ୟ