ପୁରୀ ଧାମ, ମଠ ସଂସ୍କୃତିର ବିକାଶ କରାଯିବ: ଧର୍ମେନ୍ଦ୍ର

ପୁରୀ ଅଫିସ, ୬।୧୧: କେଦାରନାଥ ପୀଠରେ ଶୁକ୍ରବାର ଆଦିଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ ଅବସରରେ ପୁରୀରେ ମହୋଦଧି ପୂଜନ ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥଠାରେ ଆୟୋଜିତ ଉତ୍ସବରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିବାବେଳେ ପୁରୀରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସଂଯୋଜିତ କରାଯାଇଥିଲା। ପୁରୀସ୍ଥିତ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସମେତ ବହୁ ନେତୃବୃନ୍ଦ ଓ ମଠାଧୀଶ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ନେତୃବୃନ୍ଦମାନେ ପୁରୀ ବେଳାଭୂମିକୁ ଯାଇ ମହୋଦଧି ପୂଜନ କରିଥିଲେ। ପରେ ସେଠାରୁ ଶୋଭାଯାତ୍ରାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ପରିସରରେ ଆୟୋଜିତ ସଭାସ୍ଥଳକୁ ଆସିଥିଲେ। ସେଠାରେ ଅତିଥିମାନେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଧ୍ୟାତ୍ମିକତା ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରମୁଖ ଦେଶ ଭାବେ ପରିଗଣିତ ହେବାକୁ ଯାଉଛି। କେଦାରନାଥ ଭଳି ପୁରୀ ଧାମର ମଧ୍ୟ ବିକାଶ ସହ ମଠ ସଂସ୍କୃତିର ଉନ୍ନତି ଲାଗି ପଦକ୍ଷେପ ନିଆଯିବ। ଏହି ଅବସରରେ ବିଭିନ୍ନ ମଠର ମଠାଧୀଶ ଓ ଧର୍ମାଚାର୍ଯ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଶିକ୍ଷା ବିଭାଗରେ ସଂସ୍କାର ଆଣିବା ସହ ବନାରସ ବିଶ୍ୱବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିବାକୁ ପ୍ରଧାନଙ୍କୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ସେଠାରେ ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ପାତ୍ରଙ୍କ ସମେତ ପୁରୀ ଓ ବ୍ରହ୍ମଗିରି ବିଧାୟକ ଉପସ୍ଥିତ ଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ଭାଜପା ପକ୍ଷରୁ ଦୀପଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡା. ହରିବାବୁ କମ୍ଭମ୍ପତି ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ, ୨୪ା୧୨: ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।...

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ

କେସିଙ୍ଗା, ୨୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ଯୋଗମାୟା ପୀଠ ପରିସରରେ କେସିଙ୍ଗା ଗୋଷ୍ଠୀ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ...

ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

ପ୍ରତିଧ୍ୱନୀ ନୃତ୍ୟୋତ୍ସବ ୨୦୨୪ ପାଳିତ

ଭୁବନେଶ୍ଵର,୨୧।୧୨: ଗୁରୁ ଦେବପ୍ରସାଦ ନୃତ୍ୟ ଧାରା, ସିଙ୍ଗାପୁର ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ବର ସ୍ଥିତ ଜିକେସିଏମ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ଉତ୍କଳ ରଙ୍ଗମଞ୍ଚରେ ନୃତୋତ୍ସବ”...

ଚିଟ୍ ଫଣ୍ଡ ସ୍କାମର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ,୨୪।୧୨: ଏକ ସମୟ ଏପରି ଥିଲା ଯେଉଁ ସମୟରେ ଓଡ଼ିଶାର ପ୍ରତ୍ୟେକ ଲୋକେ ଅଧିକ ଲାଭ ଆଶାରେ ଚିଟ୍ ଫଣ୍ଡରେ ଟଙ୍କା ନିବେଶ କରି ଠକାମିର...

ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି: ଧାନର ମାନ କମ୍‌ ଥିଲେ ବି କିଣିବେ ସରକାର

ଭୁବନେଶ୍ୱର,୨୪।୧୨: ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି। ବର୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ...

ଧର୍ମେନ୍ଦ୍ରଙ୍କ ସହ ବିଜେଡି ନେତା, ରାଜନୀତିରେ ପୁଣି ଚହଳ!

ଭୁବନେଶ୍ୱର,୨୪।୧୨: ବରିଷ୍ଠ ସାମ୍ବାଦିକ ରୁବେନ ବାର୍ନାଜୀଙ୍କ ବହିରେ ବିସ୍ଫୋରକ ଖୁଲାସା ପରେ ରାଜନୀତିରେ ଚହଳ ପଡିଛି। ପାଣ୍ଡିଆନ ପଜଲ ଶୀର୍ଷକ ନାମକ ଅଧ୍ୟାୟ ଏବେ ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri