ପୁରୀ ବାଣ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି

କଟକ, ୩।୬(ଶିଳ୍ପା ପ୍ରିୟଦର୍ଶିନୀ/ଅଜିତ୍‌ କୁମାର ମହାନ୍ତି): ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ରବିବାର ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫଳରେ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତେବେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ମୃତକଙ୍କ ସଂଖ୍ୟା ୧୩ଥିବା ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ପାଞ୍ଚଜଣ ଆହତଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ପୁରୀ ତଳନୂଆ ସାହି ଗୋଲପକା ବସ୍ତିର ସୋମନାଥ ବେହେରା(୧୪)। ମୃତକଙ୍କ ଶରୀର ୬୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୯ ତାରିଖରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଆତସବାଜି କାର୍ଯ୍ୟକ୍ରମ ଚାଲିଥିଲା। ଫୁଟାଯିବା ପାଇଁ ଗୋଟିଏ ସ୍ଥାନରେ ଗଦା ହୋଇ ରହିଥିବା ବାଣରେ ନିଆଁ ଲାଗିବାରୁ ତାହା ଭୟଙ୍କର ରୂପ ନେଇଥିଲା। ଏହି ବିସ୍ଫୋରଣରେ ପ୍ରଥମେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଅର୍ଥାତ୍‌ ଶୁକ୍ରବାର ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ୪ଜଣ ଆଖିବୁଜିଥିଲେ।

ପୁରୀ ବାଣ ବିସ୍ଫୋରଣ ଘଟଣାରେ କୁମ୍ଭାରପଡ଼ା ଥାନା ପୋଲିସ ନିମାପଡ଼ା ବ୍ଲକ ଚାରିଛକ ଓ ଗୋପ ଥାନା ଅଞ୍ଚଳର ୪ଜଣ ବାଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ବାଣ ଫୁଟାଉଥିବା ବ୍ୟକ୍ତିଙ୍କୁ ସମ୍ପୃକ୍ତ ବ୍ୟବସାୟୀମାନେ ବାଣ ଯୋଗାଇଥିବା ପୋଲିସ କହିଛି। ତେବେ ଅଟକ ଥିବା ବ୍ୟବସାୟୀମାନଙ୍କ ନାମ ପୋଲିସ ପକ୍ଷରୁ ପ୍ରକାଶ କରାଯାଇନାହିଁ। ବିନା ଅନୁମତିରେ ବାଣ ଫୁଟାଇବା ଏବଂ ଉକ୍ତ ଅଘଟଣକୁ ନେଇ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀ ନିକଟରେ ବାଣ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ରବିବାର ସୁଦ୍ଧା ୧୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ବ୍ୟକ୍ତି ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ, ଲାଞ୍ଚ ନେବାବେଳେ ପଡ଼ିଲେ ଧରା

ଭୁବନେଶ୍ୱର,୩।୭: ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ ହୋଇଥିବା ସୂଚନା ମିଳିଛି। ୨୦ ହଜାର...

ଏଥିପାଇଁ ବିଜେଡି ହାରିଛି: ବଡ଼ କାରଣ ଖୋଲି କହିଦେଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର,୩।୭: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମୁହଁ ଖୋଲିଛନ୍ତି। ପ୍ରଭାତ ବିଶ୍ୱାଳ କହିଛନ୍ତି, ଭୁଲ୍‌ ବୁଝାମଣା ଯୋଗୁ ନିର୍ବାଚନରେ ବିଜେଡି...

ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିଲା ରାସ୍ତା କାମ: ଭିଡିଓ କରିବାରୁ …

କୁଜଙ୍ଗ,୩।୭(ମନୋଜ ପ୍ରଧାନ): ଏରସମା ବ୍ଲକ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗଡ଼କୁଜଙ୍ଗର ବଡ଼ଦାଣ୍ଡ ସମ୍ପ୍ରସାରଣ ନିମନ୍ତେ ମଙ୍ଗଳବାର କଂକ୍ରିଟ ଢଳେଇ ହୋଇଥିଲା। ମାତ୍ର ଏହି ସମୟରେ ଯନ୍ତ୍ରୀ...

ସାତକୋଶିଆ ଗଣ୍ଡରେ କୁମ୍ଭୀର ଆକ୍ରମଣ : ମୃତ ନାବାଳକଙ୍କ ପରିବାରକୁ ଭେଟିଲା ଭାଜପା ପ୍ରତିନିଧିମଣ୍ଡଳୀ

ଅନୁଗୋଳ,୩।୭ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡାସ୍ଥିତ ସାତକୋଶିଆ ଗଣ୍ଡରେ ଗତ ଶନିବାର କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ନାବାଳକ ସମୀର ନାଏକ...

ଫାର୍ମାସୀ ଅଫିସରଙ୍କ ଭରସାରେ ରୋଗୀ

ବ୍ରହ୍ମପୁର,୩।୭(ସୁବାସ ଚନ୍ଦ୍ର ପାଢ଼ୀ) : ପ୍ରବିଭିନ୍ନ ସମୟରେ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମାଞ୍ଚଳରେ ରୋଗୀ କେଉଁଠି ଫାମାର୍ସୀ ଅଫିସର ତ ଆଉ କେଉଁଠି...

୫-ଟି ସ୍କୁଲ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସି ୫ ଛାତ୍ରୀ ଆହତ

ଚଣ୍ଡିଖୋଲ,୩।୭(ପ୍ରଦୀପ୍ତ କୁମାର ପୃଷ୍ଟି):ବଡ଼ଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତର ମା’ ମଲିହାଶୁଣୀ ୫-ଟି ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଛାତରୁ ପ୍ଲାଷ୍ଟର ଖଣ୍ଡ ଖସିପଡ଼ିଛି। ପ୍ରାର୍ଥନା ସାରି...

ବିପର୍ଯ୍ୟୟକୁ ସାମ୍ନାକରିବ ତାଳ, ହେନ୍ତାଳ

ମହାକାଳପଡ଼ା,୩।୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଅନିୟମିତତା ଦେଖାଯାଉଛି। ବର୍ଷାଦିନରେ ଗରମ ଅନୁଭୂତ ହେବା, ଶୀତଋତୁରେ ଥଣ୍ଡା ହ୍ରାସ...

ଜାବରା ସେତୁରେ ଲହଡ଼ି ମାରୁଛି ବର୍ଷାଜଳ

ଜେନାପୁର,୩।୭(ଅଶୋକ ଦାସ):ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରି ସେହି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା ଲାଗି ବିଭିନ୍ନ ନଦୀ ନାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri