କାବୁ ହେଲା ସହରକୁ ପଶି ଆସିଥିବା ହାତୀ

ପୁରୀ ଅଫିସ,୧୦।୧: ଶେଷରେ ଟ୍ରାଙ୍କୁଲାଇଜ୍‌ ହେଲା ପୁରୀ ସହରରେ ପଶିଥିବା ଦନ୍ତାହାତୀ। ମଙ୍ଗଳବାର ବାଲୁଖଣ୍ଡ ଅଭୟାରଣ୍ୟରେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାରେ ବନବିଭାଗ ସଫଳ ହୋଇଛି। ଏହାପରେ ତାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଗତ କିଛିଦିନ ଧରି ଦନ୍ତାହାତୀଟି ପୁରୀ ଫରେଷ୍ଟ ରେଞ୍ଜ ଭିତରକୁ ଚାଲିଆସିଥିଲା। ରବିବାର ରାତିରେ ଡେଲାଙ୍ଗ ଏବଂ କଣାସ ଅଞ୍ଚଳରେ ହାତୀକୁ ଦେଖିବାକୁ ମିଳିଥିଲା। ସୋମବାର ସକାଳେ ଏହା ଚନ୍ଦନପୁର,ପ୍ରତାପ ପୁରୁଶୋତ୍ତମପୁରୀ, ପାଙ୍କଳ ଓ କୃଷ୍ଣରଞ୍ଜନପୁର ଅଞ୍ଚଳରେ ବୁଲୁଥିଲା। ହାତୀର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଥିଲା। ସେହିଭଳି ହାତୀ ନିକଟକୁ ନ ଯିବାକୁ ପରାମର୍ଶ ଦିଆଯାଇଥିଲା।

Share