ପୁରୀର ସ୍ୱର୍ଣ୍ଣୀମ ବେଳାଭୂମି ଏବେ ତାର ବାସ୍ତବ ରୂପନ ନେଇଛି । ବେଳାଭୂମିକୁ ସବୁଜ ଭରା, ସ୍ୱଚ୍ଛ ଓ ସୌନ୍ଦର୍ଯ୍ୟଭରା କରାଯିବା ସହ କିପରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ବେଳାଭୂମିର ମନୋହର ଦୃଶ୍ୟକୁ ଉପଭୋଗ କରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି ପୁରୀର ପ୍ରଶାସନ ଗାନ୍ଧୀ ପାର୍କରୁ ମେଫେୟାର ହୋଟେଲ ଯାଏ ପରିମିତ ବିଚ୍କୁ ବ୍ଲୁ ଫ୍ଲାଗ୍ ସି ବିଚ୍ ଭାବେ ନାମିତ କରାଯାଇଛି । ବ୍ଲୁ ଫ୍ଲାଗ୍ ସି ବିଚ୍ ମଧ୍ୟରେ ଅତ୍ୟାଧୁନିକ ଶୌଚାଳୟ, ଚେଞ୍ଜିଂ ରୁମ୍, ସୋଲାର ଏନର୍ଜିର ବ୍ୟବସ୍ଥା ରଖାଯାଇଥିବାବେଳେ ବିଚ୍କୁ ନିୟମିତ ଭାବେ ସ୍ୱଚ୍ଛ ଓ ସୁନ୍ଦର ରଖାଯିବାକୁ ପ୍ରୟାସ କରାଯାଉଛି ।