୪୦ କୋଟି ବ୍ୟୟରେ ବିଦେଶରେ ନିର୍ମାଣ ହେବ ପୁରୀ ପରି ଜଗନ୍ନାଥ ମନ୍ଦିର, ଜାଣନ୍ତୁ କେଉଁଠି

ଲଣ୍ଡନ,୨୪ା୯: ଓଡ଼ିଶା ସୋସାଇଟି ଅଫ୍‌ ୟୁକେ ପକ୍ଷରୁ ଲଣ୍ଡନରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ମନ୍ଦିର ତିଆରି ହେବ। ଏହି ମନ୍ଦିରଟି ପୁରୀରେ ଥିବା ଜଗନ୍ନାଥ ମନ୍ଦିରର ଅବିକଳ ହେବ। ପୁରୀଧାମରେ ସନାତନ ପରମ୍ପରା ୪ ଧାମରୁ ଏକ। ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ୪ ପୀଠରେ ଗୋଟିଏ ହେଉଛି ଗୋବର୍ଦ୍ଧନ ମଠ। ମନ୍ଦିର ପାଇଁ ଟ୍ରଷ୍ଟ ଗଠନ କରାଯାଇ ବିଶ୍ୱରେ ଥିବା ଜଗନ୍ନାଥ ଭଙ୍କଙ୍କୁ ଏଥିରେ ଯୋଡ଼ା ଯିବ। ଏହି ମନ୍ଦିର ପାଇଁ ପ୍ରାୟ ୪ ମିଲିୟନ ପାଉଣ୍ଡ୍‌ ଅର୍ଥାତ୍‌ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଯାହାକି ଦାନଧର୍ମରେ ଯୋଗାଡ଼ କରାଯିବ। ଲଣ୍ଡନରେ ଏଥିପାଇଁ ଜାଗା ଖୋଜାଯାଉଛି। ଓଡ଼ିଶା ସୋସାଇଟି ଅଫ୍‌ ୟୁକେ ଏହି ନିଷ୍ପତ୍ତି ନେଇଛି। ମନ୍ଦିରର ଡିଜାଇନ ପୁରୀ ମନ୍ଦିର ପରି ହେବ। ୧୦ରୁ ୧୨ ଏକର ଜମିରେ ଏହି ମନ୍ଦିର ନିର୍ମାଣ କରାଯିବ। ଯେଉଁଥିରେ ମନ୍ଦିରର ମୂଳ ସ୍ବରୂପ ଓଡ଼ିଶାର ସଂସ୍କୃତି ସହିତ ଜଡ଼ିତ ରହିବ। ଏ ସମ୍ପର୍କରେ ସୋସାଇଟି ପୁରୀର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ ନେଇଛି। ଭିଡିଓ କନ୍‌ଫରେନ୍ସି ଜରିଆରେ ଏହି ସୋସାଇଟି ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛି।
ସୋସାଇଟି ପକ୍ଷରୁ କୁହାଯାଇଛି, ମନ୍ଦିରର ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ୨୦୨୪ରେ ଏହା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ରିଟେନ ଏମିତି ଏକ ଦେଶ, ଯେଉଁଠି ୨୦୦ରୁ ଅଧିକ ହିନ୍ଦୁ ମନ୍ଦିର ରହିଛି। ସେଥିମଧ୍ୟରୁ ଏହି ମନ୍ଦିର ଅନ୍ୟତମ।

Share