ପୁରୀ, କୋଣାର୍କ ବୁଲିଲେ ୮ ଦେଶର ପ୍ରତିନିଧି ମଣ୍ଡଳୀ

ପୁରୀ ଅଫିସ/କୋଣାର୍କ,୧୭ା୪ (ଡି.ଏନ୍‌.ଏ): ଚଳିତ ବର୍ଷ ଭାରତରେ ଜି-୨୦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଭାରତ ଉକ୍ତ ବୈଠକରେ ଅଧ୍ୟକ୍ଷତା କରୁଛି। ତେଣୁ ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜେନ୍‌ ନେଷ୍ଟ୍‌ ଡେମୋକ୍ରାସି ନେଟୱର୍କ ଅନ୍ତର୍ଗତ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଯୁବ ପ୍ରତିନିଧିମାନେ ଭାରତୀୟ ଗଣତନ୍ତ୍ର ଐତିହ୍ୟ, କଳା ସଂସ୍କୃତି ଆଦି ବିଷୟରେ ଅବଗତ ହେବା ପାଇଁ ଭାରତ ଆସୁଛନ୍ତି। ଶନିବାର ୮ଟି ଦେଶର ପ୍ରତିନିଧି ମଣ୍ଡଳୀ ଓଡ଼ିିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବାବେଳେ ରବିବାର କୋଣାର୍କ ଓ ପୁରୀ ବୁଲିଛନ୍ତି। ସେମାନେ କୋଣାର୍କ ସୂର୍ଯ୍ୟମନ୍ଦିର, ପୁରୀର ସ୍ବର୍ଣ୍ଣାଭ ବେଳାଭୂମି, ଶ୍ରୀମନ୍ଦିର ଆଦି ପରିଦର୍ଶନ କରିଛନ୍ତି।
ଆଜାଦି କା ଅମୃତ ମହୋତ୍ସବର ଅଂଶବିଶେଷ ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆନ କାଉନ୍‌ସିଲ୍‌ ଫର୍‌ କଲଚରାଲ ରିସର୍ଚ୍ଚ ଆୟୋଜନ କରୁଛି। ଏହି ପ୍ରତିନିଧି ମଣ୍ଡଳୀ ଭାରତର ବିଭିନ୍ନ ଐତିହ୍ୟ, ବିଧାନସଭା ଗୃହ ଇତ୍ୟାଦି ପରିଦର୍ଶନ କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ପର୍ତ୍ତୃଗାଲ, କ୍ରୋଏସିଆ, ମଙ୍ଗୋଲିଆ, ଗାଏନା, ବ୍ରାଜିଲ, ବେଲଜିୟମ,ବୁଲଗେରିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ଏମ୍‌ପି ପ୍ରତିନିଧି ରହିଛନ୍ତି। ପ୍ରତିନିଧିମାନେ ରବିବାର ପ୍ରଥମେ କୋଣାର୍କ ସୂର୍ଯ୍ୟମନ୍ଦିର ଓ ପରେ ପୁରୀର ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ସେମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀମନ୍ଦିର ନିକଟ ଅଞ୍ଚଳ କମ୍ପିଉଠିଥିଲା। ରାଜରାଜୁଡ଼ା ଅମଳର କାରିଗରି ତଥା ସେତେବେଳେ ବିନା ଅତ୍ୟାଧୁନିକ ଯନ୍ତ୍ରପାତିରେ ଏତେ ସୁନ୍ଦର କାରୁକାର୍ଯ୍ୟ ଭରା ଐତିହ୍ୟ ଏହି ବିଦେଶୀ ପ୍ରତିନିଧିମାନଙ୍କୁ ଚକିତ କରିଛି। ଗଣତନ୍ତ୍ର ଶାସନ ବ୍ୟବସ୍ଥା ଉପରେ ଅଧିକ ଉପଲବ୍ଧି ହାସଲ ସହ ସେମାନେ ବିଭିନ୍ନ ଐତିହ୍ୟ ସ୍ଥାନ ବୁଲି ଅଭିଭୂତ ହୋଇଛନ୍ତି। ଓଡ଼ିଶାର ଆତିଥେୟତା, ସଂସ୍କୃତି ଓ କଳାକୃତି ବିଶେଷ ଆକର୍ଷିତ କରିବା ସହ କୋଣାର୍କ ଓ ଶ୍ରୀମନ୍ଦିରର କାରୁକାର୍ଯ୍ୟ ଭରା ଐତିହ୍ୟ ଅତୁଳନୀୟ ବୋଲି ସେମାନେ କହିଛନ୍ତି। ଭାରତୀୟ ଗଣତନ୍ତ୍ର ବିଶ୍ୱର ସର୍ବଶ୍ରେଷ୍ଠ ଗଣତନ୍ତ୍ର। ଏହାର ସଂସ୍କୃତି ଓ ପରମ୍ପରା ଅତୁଳନୀୟ। ବିଶେଷକରି ଓଡ଼ିଶାରେ ରହିଛି ପ୍ରକୃତିର ଅପରୂପ ସମ୍ଭାର। ଏଭଳି ସ୍ଥାନ ଅଦ୍ୱିତୀୟ। ଓଡ଼ିଶାର ଲୋକଙ୍କ ସ୍ମିତହାସ୍ୟ ଭରା କଥା ଓ ଆତିଥେୟତା ଅଭିଭୂତ କରିଛି। ବିଭିନ୍ନ ଐତିହ୍ୟ ପରିଦର୍ଶନ ପରେ ଏକ ନିଆରା ଅନୁଭୂତି ମିଳିଛି ବୋଲି ଜି -୨୦ ଅନ୍ତର୍ଗତ ୮ଟି ଦେଶର ପ୍ରତିନିଧି ମଣ୍ଡଳୀ ପୁରୀ ଗସ୍ତ ଅବସରରେ ପ୍ରତିକ୍ରିୟା ରଖିଛନ୍ତି। ସବୁ ଦେଶରେ ଭିନ୍ନ ସଂସ୍କୃତି ଓ ପରମ୍ପରା ରହିଛି। ଇଷ୍ଟର ଭଳି ପର୍ବ ସାରା ବିଶ୍ୱରେ ବିଦିତ, ମାତ୍ର ଓଡ଼ିିଶାର ପର୍ବ ଓ ପାଳନ ବିଧି ସ୍ବତନ୍ତ୍ର ବୋଲି ପ୍ରତିନିଧିମାନେ କହିଛନ୍ତି। ଏହି ଗସ୍ତ ଅବସରରେ ଅତିରିକ୍ତ ଜିଲାପାଳ ଦିଲ୍ଲୀପ ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ, କୋଣାର୍କ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟର ଅଧିକାରୀ ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଏଡିଜି...

ଚାଷୀଙ୍କୁ କ୍ଷତିପୂରଣ ଦାଦି କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୩।୧୨(ସନ୍ତୋଷ ପାଢ଼ୀ ): ଅଦିନିଆ ବର୍ଷାର ପ୍ରକୋପରେ ଗଞ୍ଜାମ ଜିଲାର ୨୨ବ୍ଲକର ପାଖାପାଖି ୩,୩୧,୫୦୦ରୁ ଅଧିକ ଧାନ ଚାଷୀ ପରିବାର ସହ ସମସ୍ତ ବର୍ଗର କୃଷକ...

ବ୍ରାଉନସୁଗାର ଧରିବାକୁ ଆସି ଅବକାରୀ ଟିମ୍‌ ହଟହଟା, ଗାଡ଼ି ଚାବି ଛଡ଼ାଇ ନେବା ସହ ମୁଲତାନୀ ମାଟିକୁ କହିଲେ…

ଜଳେଶ୍ୱର,୨୩ା୧୨(ନବୀନ ସାହୁ): ବ୍ରାଉନସୁଗାର ଧରିବାକୁ ଆସି ଜଳେଶ୍ୱର ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ଅନୁଯାୟୀ,...

ଗର୍ଜିଲେ ତାରା: ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ଅସମ୍ଭାଳ ହେବ ସ୍ଥିତି

କୋରାପୁଟ,୨୩ା୧୨: କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ତାରା କହିଛନ୍ତି, ଆସନ୍ତା ୨୫ ତାରିଖ...

ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ଯୋଗିଆପଲ୍ଲୀ ଗ୍ରାମର ନୀଳାମ୍ବର ମଳିକଙ୍କଠାରୁ ଲୋମଯୁକ୍ତ ପ୍ରାୟ ୨ କେଜି ବାର୍‌ହା ମାଂସକୁ...

ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା,୨୩ା୧୨: କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢ଼ାଡଙ୍ଗର ଲୋକ ମହୋତ୍ସବ ପ୍ରଥମ ଦିବସରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ରବିବାର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri