ପୁରୀ ମୁଖ୍ୟ ଚିକିତ୍ସାଳୟ ଓଟି ସିଲ୍‌

ପୁରୀ ଅଫିସ: ୧।୮: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅପରେଶନ ଥିଏଟର (ଓଟିକୁ) ଶନିବାର ସିଲ୍‌ କରାଯାଇଛି। ଜଣେ ଡାକ୍ତର, ଷ୍ଟାପ ନର୍ସ ଓ ଏଏନ୍‌ଏମ କରୋନା ପଜିଟିଭ୍‌ ଚିହ୍ନଟ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ପଦକ୍ଷପ ନେଇଛନ୍ତି। ଓଟି ସିଲ୍‌ ପରେ ହସ୍ପିଟାଲ ପରିସରରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ହଇରାଣ ହୋଇଛନ୍ତି। ଏପରିକି ଓଟି ବାହାରେ ସେମାନେ କିଛି ସମୟ ବସି ରହିଥିଲେ। ଓଟି ସାନିଟାଇଜ ପରେ ବନ୍ଦ ହୋଇଛି। ଗୁରୁତର ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ପରେ ଗରିବ ଶ୍ରେଣୀର ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Share