ପାଣ୍ଡିଆନ୍‌ଙ୍କୁ ଏମିତି କହିଲେ ପୁରୀ ଏମ୍‌ପି ପ୍ରାର୍ଥୀ ଅରୂପ ପଟ୍ଟନାୟକ

ଭୁବନେଶ୍ୱର,୨୪।୫: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ହେବ ମତଦାନ। ତେବେ ଭୋଟର ଦିନକ ପୂର୍ବରୁ ଅର୍ଥାତ୍‌ ଗୁରୁବାର ପ୍ରଚାର ସରିଛି। ପ୍ରଚାରର ଶେଷଦିନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ ଓ ପୁରୀ ଏମ୍‌ପି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ କଥାବାର୍ତ୍ତାର ଏକ ମିନିଟ ଅବଧିର ଭିଡିଓକୁ ଦଳ ପକ୍ଷରୁ ଜାରି କରାଯାଇ ଅରୂପଙ୍କ ଭାବମୂର୍ତ୍ତି ବଢାଇବାକୁ ପାଣ୍ଡିଆନ୍‌ ପ୍ରୟାସ କରିଛନ୍ତି । ଭିଡିଓରେ ଅରୂପ ପଟ୍ଟନାୟକଙ୍କୁ ପାଣ୍ଡିଆନ୍‌ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଦିନକ ପୂର୍ବରୁ ଅରୂପ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଣ୍ଡିଆନ୍‌ଙ୍କୁ ତାଙ୍କର ଅଭିଭାବକ ଓ ମାର୍ଗଦର୍ଶକ କହିଥିଲେ ।

Share