‘ରୋଗୀ ସେବା ବୃତ୍ତି ନୁହେଁ, ବ୍ରତ ହେଉ’

ଭୁବନେଶ୍ୱର,୧୯। ୯(ବ୍ୟୁରୋ): ମଣିଷ ଆନନ୍ଦରୁ ଆସିଛି, ଆନନ୍ଦରେ ରହିବ ଏବଂ ପୁଣି ଆନନ୍ଦକୁ ଫେରିଯିବ। ମାତ୍ର ଏଥିରେ ବେଳେବେଳେ ବ୍ୟତିକ୍ରମ ଦେଖାଦିଏ। ଖାଦ୍ୟ, ଚିନ୍ତା ଓ ଆବେଗ ପରିଚାଳନାରେ ତ୍ରୁଟି ଯୋଗୁ ଏହି ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ମଣିଷର ଶରୀର କୋଟି କୋଟି କୋଷରେ ନିର୍ମିତ ଏକ ସୁସଂହତ ସୃଷ୍ଟି। ଏହାର ଆକଳନ ଓ ଅଧ୍ୟୟନ ସହଜ ବ୍ୟାପାର ନୁହେଁ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହା ଅନ୍ନମୟ କୋଷ, ପ୍ରାଣମୟ କୋଷ, ଜ୍ଞାନମୟ କୋଷ, ମନମୟ କୋଷ ଓ ଆନନ୍ଦମୟ କୋଷ ଭାବରେ ବିଭକ୍ତ। ତେବେ ଦେହରୂପକ ମନ୍ଦିରରେ ଅସମୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପୂଜକ ଭଳି ଡାକ୍ତରମାନେ ପ୍ରବେଶ କରିଥାନ୍ତି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। କାର୍ଡିଓଲୋଜିକାଲ୍‌ ସୋସାଇଟି ଅଫ୍‌ ଇଣ୍ଡିଆ(ସିଏସ୍‌ଆଇ), ଓଡ଼ିଶା ଚାପ୍ଟରର ୨୫ତମ ବାର୍ଷିକ ସମ୍ମିଳନୀକୁ ରାଜଭବନରୁ ଉଦ୍‌ଘାଟନ କରି ରାଜ୍ୟପାଳ ଚିକିତ୍ସା ସେବା ଏକ ଉଚ୍ଚତର ଆଧ୍ୟାତ୍ମ୍ୟ ସେବା ବୋଲି ମତବ୍ୟକ୍ତ କରିଥିଲେ। ସେ ଆହୁରି କହିଥିଲେ, ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଏକାତ୍ମ ଭାବ ସୃଷ୍ଟି ନ ହେଲେ ଚିକିତ୍ସା ସଫଳ ହୁଏନି। ଡାକ୍ତରମାନେ ରୋଗୀସେବାକୁ ବୃତ୍ତି ନୁହେଁ, ଏକ ମହାନ ବ୍ରତ ଭାବରେ ଗ୍ରହଣ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଡା. ଆର୍‌.ଏସ୍‌. ଏନ୍‌. ମୂର୍ତ୍ତି, ସାଇଣ୍ଟିଫିକ୍‌ କମିଟିର ଅଧ୍ୟକ୍ଷ ଡା. ପି.କେ. ସାହୁ, ଆୟୋଜନ କମିଟିର ସମ୍ପାଦକ ଡା. ଏସ୍‌.ଏନ୍‌. ରାଉତରାୟ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡା. ଏସ୍‌.ଏସ୍‌. ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ଚାପ୍ଟରର ସମ୍ପାଦକ ଡା. ବି.ଆର୍‌. ମିଶ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଉତ୍ସବରେ ରାଜ୍ୟପାଳଙ୍କ ସଚିବ ଡ. ପି.କେ. ମେହେର୍ଦ୍ଦା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri