ଭିତର ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହେଲା ଆଲମାରୀ, ସିନ୍ଦୁକ

ପୁରୀ,୨୩ା୮: ଶୁକ୍ରବାର ପୁଣି ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ସେବାୟତଙ୍କ ସହାୟତରେ ଭିତର ରତ୍ନଭଣ୍ଡାରୁ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଗମୋହନରୁ ବେହରଣ ଦ୍ବାର ଦେଇ ପଶ୍ଚିମଦ୍ବାର ନିକଟ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମ୍‌ରେ ସ୍ଥାନାନ୍ତର କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଶୁକ୍ରବାରେ ଏହି ସୂଚନା ଦେଇଛନ୍ତି। ଏପରିକି ଭିତର ରତ୍ନଭଣ୍ଡାରୁ କିଛି ଛଡାଯାଇ ନାହି। ବାହାରିଥିବା ଅଳିଆ ଆବର୍ଜନାକୁ ମଧ୍ୟ ଗଣ୍ଡୁଳି କରି ରୁମ୍‌ରେ ରଖାଯାଇଥିବା ମୁଖ୍ୟ ପ୍ରଶାସକ ପାଢ଼ୀ ପାଢ଼ୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଏଥିରେ ଥିବା ସମସ୍ତ ଅଳଙ୍କାର ଷ୍ଟ୍ରଙ୍ଗରୁମରେ ରଖାଯାଇଛି।

ଏପରିକି ଭିତରେ ରତ୍ନଭଣ୍ଡରାର ଥିବା ଏକ ଲୁହା ସିନ୍ଦୁକ ସ୍ଥନାନ୍ତରଣ ବେଳେ ବାହାରକୁ ବାହାରିବା ସମ୍ଭବ ନ ହେବାରୁ ବାହାର ରତ୍ନଭଣ୍ଡାର କାଠ କବାଟ କଟାଯାଇ ଏହାକୁ ବାହାର କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି। ସିନ୍ଦୁକ, ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ବର୍ତ୍ତମାନ ଏସ୍‌ଆଇକୁ ଚିଠି ଲେଖାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଏପରିକି ଏଏସ୍‌ଆଇ ଆବଶ୍ୟକ ସ୍କାନିଂ କରି କିଛି ଜିନିଷ ଥିଲେ ସନ୍ଧାନ କରିବ। ଆବଶ୍ୟକ ସ୍କାନିଂ ପରେ ଏଏସ୍‌ଆଇ ମରାମତି କାର୍ଯ୍ୟ କରିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ସେହିପରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ତାଙ୍କ ପ୍ରତିକ୍ରିୟାରେ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ଶାନ୍ତି ଶୃଙ୍ଖଳାର ସହିତ ଭିତର ରତ୍ନଭଣ୍ଡାରୁ ଆଲମାରୀ ଓ ସିନ୍ଦୁକ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମ୍‌କୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି।

ଅପରାହ୍ନ ୨ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ଥାନାନ୍ତର ବେଳେ ସାଧାରଣ ଦର୍ଶନ ବନ୍ଦ ରହି ଥିବା ବେଳେ ଆନନ୍ଦ ବଜାରରୁ ଅବଢ଼ା ମିଳିଥିଲା। ସ୍ଥାନାନ୍ତରଣ ଶେଷ ପରେ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସ୍ଥାନାନ୍ତରଣ ବେଳେ ଟେକନିକାଲ ଟିମ୍‌ ଶ୍ରୀମନ୍ଦିର ଭିତରେ ଉପସ୍ଥିତ ରହିଥିଲେ। ଏପରିକି ଓଡ୍ରାଫ, ଅଗ୍ନିଶମ ଏବଂ ସ୍ନେକ ହେଲପ ଲାଇନ ସଦସ୍ୟ ମଧ୍ୟ ସମ୍ପୂର୍ଣ୍ଣ ସଜାଗ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ନୂଆବର୍ଷର ସଂକଳ୍ପ

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ। ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି...

ବାବୁଙ୍କୁ ‘ଇ-ପାର୍‌’ ଅଡୁଆ

ଭୁବନେଶ୍ୱର,୧୪ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନ ଗ୍ରୁପ୍‌-କ ଏବଂ ଖ ବର୍ଗର ଅଧିକାରୀମାନେ ସେମାନଙ୍କ ପର୍‌ଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ(ଇ-ପାର୍‌) ତଥ୍ୟ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ...

ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୧୪।୪: ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଛାତ୍ରୀଛାତ୍ର ଆବେଦନ କରିପାରିବେ। NEP-୨୦୨୦ ଆଧାରରେ ୨୦୨୫-୨୬ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ର SAM...

ପଣା ସଂକ୍ରାନ୍ତିରେ ସ୍କୁଲ ପିଲା ବାଣ୍ଟିଲେ ପାଣି ସହ ପାରମ୍ପରିକ ପଣା

ଦାରିଙ୍ଗବାଡି, ୧୪।୪, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ନୀଳକନ୍ଦର ସାହିର ଛାତ୍ରୀଛାତ୍ରମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଣା ସଂକ୍ରାନ୍ତି ଅବସରରେ ପାରମ୍ପରିକ ପଣା...

ଭୋଟବ୍ୟାଙ୍କ ଭାଇରସ୍: ଆମ୍ବେଦକରଙ୍କୁ ଅପମାନିତ କରିବା, ୱାକଫ ଆଇନକୁ ବିରୋଧ ପାଇଁ କଂଗ୍ରେସକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦାବି କରିଛନ୍ତି ଯେ କଂଗ୍ରେସ ନୂତନ ଭାବରେ ଗୃହୀତ ୱାକଫ ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ “ଭୋଟବ୍ୟାଙ୍କ...

ଘରେ ପଶି ହତ୍ୟା କରିବୁ, ବୋମା ପକାଇ କାର୍‌ ଉଡ଼ାଇ ଦେବୁ, ପୁଣି ସଲମାନଙ୍କୁ ମିଳିଲା ଏମିତି ଧମକ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର୍‌ ସଲମାନ ଖାନଙ୍କୁ ପୁଣି ଥରେ ଧମକ ମିଳିଛି। ମୁମ୍ବାଇର ଓ୍ବର୍ଲି ଟ୍ରାଫିକ ବିଭାଗର ହ୍ବାଟ୍ସଆପ୍‌ ନମ୍ବରକୁ ଏକ ଧମକ ପଠାଯାଇଛି। ଯେଉଁଥିରେ...

ନବୀନଙ୍କୁ ଚିଠି ଲେଖି ରାଜାଙ୍କ ପ୍ରସ୍ତାବ, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୧୪ା୪: ବିଜୁ ଜନତା ଦଳରେ ଏବେ ସାଙ୍ଗଠନିକ ନିର୍ବାଚନ ଚାଲିଥିବା ବେଳେ ଆଠଗଡ଼ ବିଧାୟକ ତଥା ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ମୁଖିଆ...

‘ଆମେ ବି ହେବୁ କୁନି ବୈଜ୍ଞାନିକ’, କେଏମଆରଏସରେ ବିଜ୍ଞାନ ଓ ଗବେଷଣାକୁ ନେଇ କର୍ମଶାଳା

ରାଇକିଆ,୧୪।୪,(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲରେ ବିଜ୍ଞାନ ଓ ଗବେଷଣାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image