ସମ୍ବଲପୁର ଅଫିସ,୨୧ା୧୨: ସମ୍ବଲପୁରର ହାତୀବାରି ଓ ମାନେଶ୍ୱର ଷ୍ଟେଶନ ମଧ୍ୟରେ ଭବାନୀପାଲିରେ ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବେଳେ ଏହାର ସମ୍ମୁଖ ଇଞ୍ଜିନର ୬ଟି ଚକ ଟ୍ରାକ୍ରୁ ବାହାରି ଯାଇଥିବା ଜଣାପଡ଼ିଛି। ତେବେ ଏହି ଅଘଟଣରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।
ସୂଚନାଯୋଗ୍ୟ, ପୁରୀରୁ ସୁରତ ଅଭିମୁଖେ ଯାଉଥିବା ୦୨୮୨୭ ଏକ୍ସପ୍ରେସ ରାତି ୧.୫୫ରେ ହାତୀବାରି ଷ୍ଟେଶନ ଛାଡ଼ିଥିଲା। ସେହି ରୁଟ୍ରେ ହାତୀ ଚଳପ୍ରଚଳ କରୁଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ପରେ ରିଲିଫ ଟ୍ରେନ ଦ୍ୱାରା ଦୁର୍ଘଟଣାଗ୍ରସ୍ତ ଟ୍ରେନର ସମସ୍ତ କୋଚ୍କୁ ହାତୀବାରି ଷ୍ଟେଶନକୁ ଅଣାଯାଇଥିଲା। ଏବେ ଟେନ୍ ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।