ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୧୭ା୧୧: ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ। ମୁଖ୍ୟତଃ ଏଥିରେ ଶ୍ରୀମନ୍ଦିରର ୨୦୧୯-୨୦ ଆର୍ଥିକ ବର୍ଷର ସଂଶୋଧିତ ଅଟକଳ ଏବଂ ୨୦୨୦-୨୧ ବର୍ଷ ବଜେଟ ଅଟକଳ ଅନୁମୋଦନ କରାଯିବ। ପ୍ରତିବର୍ଷ ପ୍ରାୟ ମାର୍ଚ୍ଚ ମାସରେ ଶ୍ରୀମନ୍ଦିର ବଜେଟ୍‌ ଉପସ୍ଥାପନ କରାଯାଇଥାଏ। ମାତ୍ର ଚଳିତବର୍ଷ କରୋନା ମହାମାରୀ ପାଇଁ ବଜେଟ୍‌ ବହୁ ବିଳମ୍ବ ହୋଇଛି। ଗତ ମାର୍ଚ୍ଚ ୩୦ ତାରିଖରେ ଅର୍ଥ ସବ୍‌ କମିଟି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଅନ୍ତରୀଣ ବଜେଟ୍‌ ଆଗତ କରାଯାଇଥିଲା। ଏହି ବୈଠକରେ ୨୦୨୦-୨୧ ବର୍ଷ ବଜେଟ ଅଟକଳ ଅନୁମୋଦନ କରାଯିବ। ଏତଦ୍‌ବ୍ୟତୀତ ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ନୀତି ଏବଂ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହେବ। ସେହିପରି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

Share