ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର: ପ୍ରଥମ ୩ଦିନ ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ ଅଫିସ, ୨୧।୧୨: ଦୀର୍ଘ ମାସ ହେବ ନିଜ ପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ହୋଇ ଚାହିଁ ରହିଥିବା ଭକ୍ତଙ୍କୁ ମିଳିଛି ଆଶ୍ୱସ୍ତି। ଆଉ ମାତ୍ର ଦିନକ ପରେ ଅର୍ଥାତ୍‌ ୨ି ତାରିଖରେ ଖୋଲିବ ଶ୍ରୀମନ୍ଦିର।
ଶ୍ରିମନ୍ଦିର ଖୋଲିବା ପ୍ରସ୍ତୁତି ନେଇ ସୂଚନା ଦେଇ ନୁରୀ ଜିଲାପାଳ ବଲଓ୍ବନ୍ତ ସିଂହ କହିଛନ୍ତି, ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିବ। ସହରବାସୀଙ୍କ ଦର୍ଶନ ନିମନ୍ତେ କିନ୍ତୁ ଓ୍ବାର୍ଡଓ୍ବାରୀ ବ୍ୟବସ୍ଥା କରାଯିବ।
ଲୋକସଂଖ୍ୟା ଦେଖି କେଉଁଦିନ କେଉଁ ୱାର୍ଡବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ ତାହା ର୍ନିଦ୍ଧାରଣ ହେବ। ଏଥିନିମନ୍ତେ ୱାର୍ଡବାସୀଙ୍କୁ ଟୋକନ ମିଳିବ। ଦୈନିକ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଯୋଗ ଦିଆଯିବ । ଆଧାର କାର୍ଡ ଏବଂ ଟୋକନ ଦେଖାଇଲା ପରେ ପ୍ରବେଶ ଅନୁମତି ମିଳିବ ବୋଲି ଜିଲାପାଳ କହିଛନ୍ତି ।

ଏହାପରେ ଆସନ୍ତା ୩ ତାରିଖରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଦର୍ଶନ ଅନୁମତି ମିଳିବ । ସକାଳ ସାଢ଼େ ୭ଟାରୁ ରାତି ପହୁଡ଼ ଯାଏ ଦର୍ଶନ ସୁଯୋଗ ମିଳିବ। ଦର୍ଶନ ପାଇଁ ଆସୁଥିବା ଲୋକେ କୋଭିଡ୍‌ ନେଗେଟିଭ ଦେଖାଇବା ଜରୁରୀ।

Share