ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ସନ୍ଧ୍ୟା ୫ରୁ ରାତି ୧୦ ଯାଏ ଦର୍ଶନ ବନ୍ଦ

ପୁରୀ,୩୧ା୩(ଅଜିତ୍‌ କୁମାର ମହାନ୍ତି): ଚୈତ୍ର ମାସ ଶୁକ୍ଳ ଦ୍ୱିତୀୟା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହୋଇ ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ମଇଲମ ନୀତି ଅନୁଷ୍ଠିତ ହେବ। ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଏହାପରେ ଶ୍ରୀଦେବୀ, ଭୂଦେବୀ ଖଟଶେଜ ଘର ବିଜେ କରିବେ। ମହାପ୍ରଭୁଙ୍କ ଖସାପଡ଼ା ନୀତି ନିମନ୍ତେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ। ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଖସାପଡ଼ା ନୀତି ସମ୍ପନ୍ନ ହେବା ପରେ ଦଇତାପତି ଶ୍ରୀମନ୍ଦିରରୁ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢ଼ିବ। ପରେ ମହାପ୍ରଭୁଙ୍କ ମଇଲମ ବେଶ ସନ୍ଧ୍ୟା ଆଳତି ବଢ଼ି ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଏହି ନୀତି ନିମନ୍ତେ ସୋମବାର ସନ୍ଧ୍ୟା ୫ଟାରୁ ରାତିି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ-ଖଡ଼ିଛୁଆଁ କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର,୨।୪(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ସ୍ଥିତ ସରକାରୀ ଉଚ୍ଚ ଉନ୍ନତ ପ୍ରାଥମିକ ବିଦ୍ୟାଳୟରେ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ ପ୍ରଭାତୀ...

ସହକାରୀ ଯନ୍ତ୍ରୀଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତାକୁ ସହକର୍ମୀ-ଜନସାଧାରଣ ମନେରଖିବେ

ଜି.ଉଦୟଗିରି, ୨।୪(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକର ସହକାରୀ ଯନ୍ତ୍ରୀ ବାଳକୃଷ୍ଣ ମିଶ୍ର ଓ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁମରମଣି...

୭୭ତମ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୁଇଦିନ ଉତ୍କଳ ମଣ୍ଡପରେ ସମାରୋହ

ଭୁବନେଶ୍ୱର,୨।୪: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ...

ରାପିଡୋ ସମେତ ସମସ୍ତ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବେଙ୍ଗାଲୁରୁ,୨।୪: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରାପିଡୋ ବାଇକ୍ ଟ୍ୟାକ୍ସି ସମେତ ଅନ୍ୟ ସମସ୍ତ ବାଇକ୍ ଟ୍ୟାକ୍ସି ଆଗ୍ରେଗେଟରମାନଙ୍କୁ ଛଅ ସପ୍ତାହ ମଧ୍ୟରେ ରାଜ୍ୟରେ ସେମାନଙ୍କର କାର୍ଯ୍ୟ...

ମଙ୍ଗଳା ପୂଜା ସାରି ଫେରିବା ବେଳେ ଟଳି ପଡ଼ିଲେ ପୂଜକ

ଆନନ୍ଦପୁର,୨।୪(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଶାସଙ୍ଗ ଗ୍ରାମରେ ବୁଧବାର ଦିନ ମଙ୍ଗଳା ପର୍ବର କଳସ ବିସର୍ଜନ ସାରି ଫେରିବା ବେଳେ ଟଳି...

ପ୍ରଥମ ସପ୍ତାହରେ ଅଭିଯୋଗ ଶୁଣାଣି ନୋହିଲା, ୭ରୁ ହେବ ଆରମ୍ଭ

କେନ୍ଦୁଝର,୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ଏପ୍ରିଲ ମାସ ପାଇଁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶ ପାଇଛି ।...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ଖଲ୍ଲିକୋଟ,୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗ୍ରାମର ପ୍ରଭାତ ଓରଫ ସିଲୁ ମହାନ୍ତି (୨୮) ମଙ୍ଗଳବାର ଅପରାହ୍ନରେ ଗ୍ରାମର ମଶାଣି...

କେବେବି ପିଅନ୍ତୁ ନାହିଁ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image